‘ଓଡ଼ିଶା ପରିବର୍ତ୍ତନ” ନାମରେ ଗୀତ ଗାଇଲେ କଣ୍ଠଶିଳ୍ପୀ କୈଳାଶ ଖେର

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦେଶର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ କୈଳାଶ ଖେର ସାମାଜିକ ଗଣମାଧ୍ୟମ ଜରିଆରେ ହିନ୍ଦୀ ସଙ୍ଗୀତ “ଓଡ଼ିଶା ପରିବର୍ତ୍ତନ” ପୋଷ୍ଟ୍ କରିଛନ୍ତି । କୈଳାଶ ଖୈର ଟ୍ୱିଟ୍ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମ୍ବଲେଶ୍ୱରୀ ଓଡ଼ିଶାର ପବିତ୍ର ଭୂମିରେ ସବୁ ଦେବାଦେବୀ ମାନେ ସଙ୍କେତ ଦେଉଛନ୍ତି ଯେ ପରିବର୍ତ୍ତନ ବିକାଶର ପ୍ରଥମ ସୋପାନ । କୈଳାସ ପରିବାର ତରଫରୁ ସଙ୍ଗୀତ ମାଧ୍ୟମରେ ଏହି ଆଧ୍ୟାତ୍ମିକ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଉପହାର । “ଓଡ଼ିଶା ପରିବର୍ତ୍ତନ” ଆଡକୁ ଗୋଟିଏ ପାଦ ଆଗକୁ କଥାବସ୍ତୁ ଉପରେ ପ୍ରସ୍ତୁତ ହୋଇଥିବା ନିର୍ବାଚନୀ ଗୀତରେ କୈଳାଶ ଖେର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସମଲେଶ୍ୱରୀଙ୍କ ପବିତ୍ର ଭୂମିକୁ ସମୃଦ୍ଧି ଏବଂ ବିକାଶର ଭୂମି କହିଛନ୍ତି । ଏହି ପବିତ୍ର ଭୂମିରୁ ପ୍ରଭୁଙ୍କ ଚରଣରେ ପଦ୍ମ ଫୁଟାଇବା ସହ ଓଡ଼ିଶାରେ ପରିବର୍ତ୍ତନ ଆଣିବା ଉପରେ ଗୀତଟି ରଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶର କାର୍ଯ୍ୟଶୈଳୀ ଓ ସେମାନଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାରେ ବିକାଶର କାର୍ଯ୍ୟ ଉପରେ ଗୀତଟି ପର୍ଯ୍ୟବେସିତ ହୋଇଛି । ଓଡ଼ିଶାର ସଂକଳ୍ପକୁ ଗୀତରେ ପ୍ରତିଫଳିତ କରାଯାଇଛି ।

Spread the love