ଭଡାରେ ଲାଗିବ କାଜୋଲଙ୍କ ପ୍ରାଇଭେଟ୍ ଆପାର୍ରମେଣ୍ଟ

ନୂଆଦିଲ୍ଲୀ୧୯।୧୨ : ବଲିଉଡର ସୁନ୍ଦରୀ ଓ ପ୍ରସିଦ୍ଧ ଅଭିନେତ୍ରୀ ଭାବେ ବେଶ୍‌ ଜଣାଶୁଣା କାଜୋଲ। ବର୍ତ୍ତମାନ ଖବର ଆସିଛି ଯେ ଭଡ଼ାରେ ଲାଗିବ କାଜୋଲଙ୍କ ଘର। ଏଥିଲାଗି ଫାଇନାଲ୍‌ ହୋଇ ଯାଇଛି ଡିଲ। ଘର ଭଡ଼ା ମାସକୁ ମିଳିବ ୯୦ ହଜାର ଟଙ୍କା। ଏହି ଫ୍ଲାଟ  ହିରାନନ୍ଦିନୀ ଗାର୍ଡେନର ଏଟଲାଣ୍ଟିକ ପ୍ରୋଜେକ୍ଟସ୍‌ର ୨୧ ମହଲାରେ ରହିଛି। ଏହି ଫ୍ଲାଟର ଲିଜ୍‌ ଓ ଲାଇସେନ୍ସ ଏଗ୍ରିମେଣ୍ଟ ଗତ ୩ ତାରିଖରେ ରେଜିଷ୍ଟ୍ରେଶନ କରାଯାଇଛି। ଘର ଭଡ଼ା ନେଉଥିବା ବ୍ୟକ୍ତି ଏଥିପାଇଁ ୩ ଲକ୍ଷର ସିକ୍ୟୁରିଟି ମଧ୍ୟ ଡିପୋଜିଟ କରିଛନ୍ତି।

ତେବେ ମିଳିଥିବା ରିପୋର୍ଟ ଅନୁଯାୟୀ , କାଜୋଲଙ୍କ ଏହି ପ୍ରପଟି ୭୭୧ ସ୍କୋୟାର ଫୁଟ ଏରିଆରେ ରହିଛି। ହେଲେ ଏଗ୍ରିମେଣ୍ଟ ଅନୁଯାୟୀ, ବର୍ଷେ ପରେ ଏହି ଘରର ଭଡ଼ାକୁ ବଢ଼ାଇ ଦିଆଯିବ। ସେତେବେଳେ ଭଡ଼ା ନେଉଥିବା ବ୍ୟକ୍ତିଙ୍କୁ କାଜୋଲଙ୍କ ଘରେ ରହିବାକୁ ହେଲେ ମାସିକ ୯୬ ହଜାର ୭୫୦ ଟଙ୍କା ଗଣିବାକୁ ପଡ଼ିବ। କାଜୋଲ ଏବେ ନିଜ ପରିବାର ସହ ଜୁହୁସ୍ଥିତ ନିଜ ଆଲିସାନ ବଙ୍ଗଲା ‘ଶିବଶକ୍ତି’ରେ ରହୁଛନ୍ତି। ଅଜୟ ଦେବଗନ ୬୦ କୋଟି ଟଙ୍କାରେ ଏହି ବଙ୍ଗଳା କିଣିଥିଲେ, ଯାହାକି ୫୯୦ ସ୍କୋୟାର ୟାର୍ଡସ୍‌ରେ ରହିଛି।

କେବଳ କାଜୋଲ ନୁହନ୍ତି, ବଲିଉଡର ବହୁ ଷ୍ଟାର ରିଅଲ ଇଣ୍ଡଷ୍ଟ୍ରିରେ ନିଜ ଟଙ୍କା ଇନଭେଷ୍ଟ କରିବା ସହ ଘର ଭଡ଼ା ଦେଇଛନ୍ତି। ବିଗ୍‌ବିଙ୍କ ଏକ ଡୁପ୍ଲେକ୍ସ ଘରକୁ ଅଭିନେତ୍ରୀ କିତ୍ରି ସାନନ ଭଡ଼ାରେ ନେଇଥିବା ବେଳେ ମାସକୁ ୧୦ ଲକ୍ଷ ଗଣୁଛନ୍ତି । ଏହାବାଦ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ଆମେରିକାରେ ରହୁଥିବା ବେଳେ ତାଙ୍କ ଘରକୁ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଭଡ଼ାରେ ନେଇଛନ୍ତି।

Spread the love