କମିବ ଖରା, ବଢିବ ଗୁଳୁଗୁଳି ଆସୁଛି କାଳବୈଶାଖି

ଭୁବନେଶ୍ୱର : ରାଜ୍ୟରେ ଆଗକୁ ଖରା କମିବ, କିନ୍ତୁ ଗୁଳୁଗୁଳି ବଜାୟ ରହିବ। ଆଗକୁ କାଳବୈଶାଖୀ ପ୍ରଭାବ ଯୋଗୁଁ ୧୮ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି ।ଗତକାଲି ସୋନପୁରରେ ସର୍ବାଧିକ ତାପମାତ୍ରା ୪୩.୩ ଡିଗ୍ରୀ ରେକର୍ଡ ହୋଇଛି । ସୁନ୍ଦରଗଡ଼ରେ ୪୩, ବଲାଙ୍ଗୀରରେ ୪୩, ଟିଟିଲାଗଡ଼ରେ ୪୨.୨, ସମ୍ବଲପୁରରେ ୪୨.୨, ଝାରସୁଗୁଡ଼ାରେ ୪୧.୬, ଭବାନୀପାଟଣା ଓ ନୂଆପଡ଼ାରେ ୪୧.୫, ମାଲକାନଗିରିରେ ୪୧ ଓ ଅନୁଗୁଳରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ଆସନ୍ତା  ୧୭, ୧୮ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Spread the love