ଭାରତର 5ଟି ଏଭଳି ରେଳ ଷ୍ଟେସନ ରହିଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭାରତ ଏଭଳି ଏକ ଦେଶ ଯେଉଁଠାରେ ସୌନ୍ଦର୍ଯ୍ୟର ଅଭାବ ନାହିଁ । ଏହାର ରାସ୍ତାଘାଟ ଠାରୁ ଆରମ୍ଭ କରି ରେଳଷ୍ଟେସନ ପର୍ଯ୍ୟନ୍ତ ସବୁଆଡେ ସୌନ୍ଦର୍ଯ୍ୟ ପୂର୍ଣ୍ଣମାତ୍ରାରେ ଭରି ରହିଛି । ତେବେ ଆମେ ଷ୍ଟେସନ କଥା କହିଲେ, ଭାରତରେ ତ ବହୁ ଷ୍ଟେସନ ରହିଛି । ମାତ୍ର ଆମେ ଆଜି ଏଭଳି 5ଟି ଷ୍ଟେସନ କଥା କହିବୁ, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚାଲନ୍ତୁ ଦେଖିବେ ସେହି ରେଳ ଷ୍ଟେସନ ବିଷୟରେ କିଛି….

ଲକ୍ଷେ୍ନøର ଚାରବାଗ ରେଳଷ୍ଟେସନ:
ନବାବ ମାନଙ୍କର ସହର କହିଲେ ସମସ୍ତେ ଲକ୍ଷେ୍ନøଙ୍କୁ ହିଁ ବୁଝନ୍ତି । ଏହାର ଚାକଚକ୍ୟ ବେଶ୍ ମନୋଲୋଭା । ତେବେ ଏହି ସହରଟି ଯେଉଁଭଳି ସୁନ୍ଦର ତା’ଠାରୁ ଅଧିକ ସୁନ୍ଦର ଏହାର ଚାରବାଗ ରେଳ ଷ୍ଟେସନ । ଚାରବାଗର ଅର୍ଥ ହେଉଛି ଚାରୋଟି ବଗିଚା । ଏହି ଷ୍ଟେସନଟି ଇଂରେଜ ମାନଙ୍କର ଏକ ବଡ ପ୍ରାସାଦ । ଯାହା ବାହାରୁ ବହୁତ ବଡ ଦେଖାଯାଏ, ତା’ର ଭିତର ଆହୁରି ସୁନ୍ଦର ହୋଇଛି । ଏହାର କଳାକୃତିରେ ଆପଣଙ୍କୁ ମୁସଲମାନ, ରାଜପୁତ ଏବଂ ପୁରୁଣା ଯୁଗର କଳାକୃତି ଦେଖିବାକୁ ମିଳିବ ।

ବନାରସ ରେଳ ଷ୍ଟେସନ:
ସେହିଭଳି ଆଉ ଏକ ରେଳଷ୍ଟେସନ ହେଉଛି ବନାରସ ରେଳ ଷ୍ଟେସନ । ମହାଦେବ ଶିବଙ୍କ ନଗରୀ କହିଲେ ବନାରସକୁ ବୁଝାଏ । ଯେଉଁଠାରେ ପ୍ରଥମ କରି 1862  ମସିହାରେ ହାୱଡାଠାରୁ ଟ୍ରେନ୍ ଗଡିଥିଲା । ଏହି ରେଳ ଷ୍ଟେସନଟି ପବିତ୍ର ଗଙ୍ଗାନଦୀର ପାଶ୍ୱର୍ରେ ନିର୍ମାଣ କରାଯାଇଛି । ଏହି ଷ୍ଟେସନକୁ ବାହାରୁ ଦେଖିଲେ ସତେ ଯେପରି ଏକ ସୁନ୍ଦର ମନ୍ଦିର ଭଳି ଦୃଶ୍ୟମାନ ହେବ । ଷ୍ଟେସନ ଉପରେ ଏକ ବଡ ଚକ୍ର ତିଆରି ହୋଇଛି । ଏହି ଚକ୍ରରେ ରଙ୍ଗୀନ ଲାଇଟ୍ ଜଳୁଥାଏ, ଯାହା ଷ୍ଟେସନ ଶୋଭାକୁ ଦ୍ୱିଗୁଣିତ କରିଥାଏ । 

ଘୁମ ରେଳ ଷ୍ଟେସନ:
ଏବେ ଆମେ ଭାରତର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ରେଳ ଷ୍ଟେସନ କଥା କହୁଛୁ । ଯାହାର ଉଚ୍ଚତା ଯେଉଁଭଳି ଅଧିକ ତାହାର ସୁନ୍ଦରତା ତାଠାରୁ ଖୁବ୍ ଅଧିକ । ସେ ହେଉଛି ଘୁମ ରେଳ ଷ୍ଟେସନ । ଯାହା ଦାର୍ଜଲିଂଠାରୁ 12 କିମି ଦୂରରେ ରହିଛି । ଯେଉଁଠାରେ ଏକ ଟ୍ଏ ଷ୍ଟ୍ରେନ୍ ଚାଲିଥାଏ । ଯାହା ଦର୍ଶକମାନଙ୍କୁ ହିମାଳୟର ଦର୍ଶନ କରାଇଥାଏ । ଏହି ଟ୍ରେନ୍ର ଏକ ପ୍ରକାରର ବିଶେଷତ୍ୱ ରହିଛି । ଏଥିସହିତ ଏହି ଷ୍ଟେସନର ମଧ୍ୟ। ଯେଉଁଠାକୁ ଥରେ ଗଲେ ପୁନର୍ବାର ଯିବାକୁ ଇଚ୍ଛା ହେବ ।

ହାୱଡା ରେଳ ଷ୍ଟେସନ:
ଭାରତର ସବୁଠାରୁ ପୁରୁଣା ରେଳ ଷ୍ଟେସନ ହେଉଛି ହାୱଡା ରେଳ ଷ୍ଟେସନ । ଏହି ଷ୍ଟେସନକୁ ଇଂରେଜମାନେ 1854ରେ ନିର୍ମାଣ କରିଥିଲେ । ଏହା ହୁଗୁଳୀ ନଦୀ କୂଳରେ ରହିଛି । ଯାହା କୋଲକତା ଠାରୁ ହାୱଡା ପୋଲ ମାଧ୍ୟମାରେ ଯୋଡି ହୋଇଛି । ଏହି ଷ୍ଟେସନ ଭାରତର ସବୁଠାରୁ ଅଧିକ ଟ୍ରେନ୍ର ଡବା ରଖିବାର କ୍ଷମତା ରହିଛି । 

କଟକ ରେଳ ଷ୍ଟେସନ:
ଆଉ ଏକ ରେଳ ଷ୍ଟେସନ ଯାହା ହେଉଛି କଟକ ରେଳ ଷ୍ଟେସନ । ଯାହା ଦେଖିବାକୁ ଖୁବ୍ ସୁନ୍ଦର । ଯାହା ବାହାରୁ ଦେଖିଲେ ଏକ ଦୁର୍ଗ ଭଳି ପରିଲକ୍ଷିତ ହୁଏ । ଏହାର ଆକୃତି ବାରବାଟୀ ଦୁର୍ଗ ସଦୃଶ୍ୟ ନିର୍ମାଣ କରାଯାଇଛି । ଚତୁଃଦଶ ଶତାବ୍ଦୀ ସମୟରେ ପୂର୍ବ ଗଙ୍ଗ ବଂଶର ରାଜୁତି ସମୟରେ ବାରବାଟୀ ଦୁର୍ଗ ନିର୍ମାଣ କରାଯାଇଥିଲା । ତେବେ ସେହି ଦୁର୍ଗ ଭଳି କଟକ ରେଳ ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି ।

Spread the love