କାଳବୈଶାଖୀ ତାଣ୍ଡବ, ଉଡିଗଲା ୧୦ରୁ ଉର୍ଦ୍ଧ୍ୱ ଘରର ଛପର

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରବିଭିନ୍ନ ଗ୍ରାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନରେ  କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ଘଡ଼ଘଡି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିଥିଲା। ବର୍ଷା ପବନ ଯୋଗୁଁ ବ୍ଲକର ସାହାରପଡା ପଞ୍ଚାୟତ ଅନ୍ତର୍ଗତ ଆହାରପଡା, ଭାଲିଆଡିହା, ପିଙ୍ଗୁପାଟଣା, ରାଧପୁର ଗ୍ରାମ ଗୁଡିକରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତିl

ଆହାରପଡା ଗ୍ରାମର ମୋନଜ କୁମାର ମହାନ୍ତଙ୍କ ଗାଈ ଗୁହାଳର ସମ୍ପୂର୍ଣ୍ଣ ଛପର ଉଡି ଯାଇଥିବା ବେଳେ ରୁଦ୍ର ନାରାୟଣ ମହାନ୍ତଙ୍କ ଘରର ଛପର ଉଡାଇ ନେଇଛି। ସେହିପରି ଭାଲିଆଡିହା ଗ୍ରାମର ବୀରେନ ସୋରେନ ଏବଂ ପିଙ୍ଗୁପାଟଣା ଗ୍ରାମର ଗାଁସା ମାଝୀ, ଦଶରଥ ମାଝୀ, ସୁନ୍ଦର ମାଝୀ, ସାଉରୀ ମାଝୀ ମାନଙ୍କର ଘରର ଆଜବେଷ୍ଟସ ଏବଂ ଖପର ଉଡାଇ ନେଇଥିବା ବେଳେ ଘରର କାନ୍ଥ ପଡିଯାଇଛି l ସେପଟେ ପିଙ୍ଗୁପାଟଣା ଗାଁର ସୁନ୍ଦର ମାଝୀଙ୍କ ଉପରେ ଏକ ଟାଇଲ ପଡିଯିବାରୁ ତାଙ୍କର ମୁଣ୍ଡ ଫାଟି ଯାଇଯାଇଛି l

ପବନରେ ଘରର ଛପର ଉଡାଇ ନେଇ ଥିବାରୁ ବର୍ଷା ପାଣିରେ ଅମଳ କରିଥିବା ଧାନ ଏବଂ ଚାଉଳ ସାଙ୍ଗକୁ ଆସବା ପତ୍ର ଓଦା ହୋଇ ନଷ୍ଟ ହୋଇଯାଇଛି l ସେହିପରି ବେଗନା ବାଲିସାହି ପ୍ରାଥମିକ ବିଦ୍ୟାଳୟର ଆଜବେଷ୍ଟସ ଛପର ଉଡିଯାଇଛି।

Spread the love