ରାଜନୈତିକ ଷଡଯନ୍ତ୍ର କହି ବାଟ ଭାଙ୍ଗିଲେ ମହାଲିଙ୍ଗ୍ କଲେଜ କର୍ତ୍ତୃପକ୍ଷ

କଳାହାଣ୍ଡ ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ଏହି ସମୟରେ ମହାଲିଙ୍ଗ୍ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । କଲେଜକୁ ବଦନାମ ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ଅଭିଯୋଗ କଲେଜ ସମ୍ପାଦକ କିରଣ କୁମାର ସିଂଦେଓ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । କଲେଜ ରେ ସେକ୍ସ ସ୍କାଣ୍ଡଲ ଚାଲିଥିବା ଘଟଣାକୁ ସେ ଖଣ୍ଡନ କରିଛନ୍ତି ।କଲେଜରେ ସେକ୍ସ ସ୍କାଣ୍ଡଲ ଚାଲିଥିବା ନେଇ କୌଣସି ପ୍ରମାଣ ନଥିବା ସେ କହିଛନ୍ତି । ହଷ୍ଟେଲର ୨୦ ନମ୍ବର ରୁମ୍ ବିଷୟରେ ସେ କିଛି ଜାଣିନଥିବା କହିଛନ୍ତି ।

କଲେଜର ପୁନଃଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । କୌଣସି ଗୋବିନ୍ଦ ସାହୁର ଏ କଲେଜ ନୁହେଁ ବୋଲି ସେ କହିଛନ୍ତି । ଯାହା ଘଟଣା ଘଟିଛି ସ୍କୁଲରେ ଘଟିଛି, ସ୍କୁଲ ଷ୍ଟାଫ୍ ଙ୍କୁ ନେଇ ଘଟିଛି । କଲେଜ ସହ ତାର କୌଣସି ସମ୍ପର୍କ ନାହିଁ । ଅଜଥାରେ ଗୁପ୍ତ କୋଠରୀ, ରଙ୍ଗମହଲ, ଗେଷ୍ଟ ହାଉସ୍ ନାଁରେ ଯେଉଁ ବଦନାମ କରାଯାଉଛି ତାହା ଭିତ୍ତିହୀନ । ଗୋବିନ୍ଦ ସାହୁ କେବଳ କଲେଜ ଠିକା କାମ ସମ୍ପାଦନା କରୁଥିଲେ ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଲେଜକୁ ନିଜ ସମର୍ଥକଙ୍କ ସହ ଆସିଥାନ୍ତି । ଏକା ଆସୁଥିବା ଓ ରହୁଥିବା ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି । ରାଜନୈତିକ ଫାଇଦା ପାଇଁ ମନ୍ତ୍ରୀଙ୍କୁ ବିରୋଧ ସହ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ ବନ୍ଦ ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି କଲେଜ କର୍ତ୍ତୃପକ୍ଷ ।

Spread the love