କଳାହାଣ୍ଡିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ,
କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା କଆ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ସେ ପୂର୍ବରୁ ବାହରିନ୍ ଯାଇଥିଲେ।
One asymptomatic 29 years Male of Kalahandi district is tested positive for COVID-19 today. He has travel history to Bahrain.
— H & FW Dept Odisha (@HFWOdisha) April 4, 2020
ଏହି ଆକ୍ରାନ୍ତଙ୍କ ବୟସ ୨୯ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କଠାରେ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇନଥିଲା।