କଳାହାଣ୍ଡି ଡେପୁଟି କଲେକ୍ଟର ଅନିଶା ଦାସ ନିଲମ୍ବିତ

କାର୍ଯ୍ୟରେ ଅବହେଳା ଅଭିଯୋଗରେ କଳାହାଣ୍ଡି ଡେପୁଟି କଲେକ୍ଟର ଅନିଶା ଦାସଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବଙ୍କ ଦ୍ୱାରା ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଆଗାମୀ ଆଦେଶ ଯାଏ ସେ ଜିଲ୍ଲା ମୁଖ୍ୟାଳୟରେ ରହିବେ।

ଏହା ପୂର୍ବରୁ ଅନିଶା ମୟୂରଭଞ୍ଜ ବେତନଟୀର ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବଡ଼ସାହି ଅଞ୍ଚଳର ଜଣେ ଟ୍ରକ୍ ମାଲିକଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ବୈଶିଙ୍ଗା ଥାନାରେ ମାମଲା ରୁଜୁ କରିଥିଲେ ସଂପୃକ୍ତ ଟ୍ରକ୍ ମାଲିକ। ଏପରିକି ତାଙ୍କୁ ଧମକ ଚମକ ଦେବା ସହ ଗାଡ଼ିରେ ଥିବା ୬ ହଜାର ଟଙ୍କା ସେ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ସେ ଏକ ଅଡିଓ ଟେପ୍ ଦେଇଥିଲେ। ସେପଟେ ଲାଞ୍ଚ ମଗାଯାଉଥିବା ଏହି ଅଡିଓ ତାଙ୍କର ନୁହେଁ, କିଛି ମାଫିଆ ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅନିଶା କହିଥିଲେ

Spread the love