ପର୍ଯ୍ୟଟକଙ୍କ ମନମୋହୁଛି ଗୁଡହାଣ୍ଡି ଡୋକରୀଚଞ୍ଚରା ଜଳପ୍ରପାତ

ଭବାନୀପାଟଣା ,୧୬/୧୨ : ପ୍ରାକୃତିକ ଶୋଭାର ଭଣ୍ଡାର ଆମର କଳାହାଣ୍ଡି ଜିଲ୍ଲାରେ ଭରି ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ ଓ ଜଳ ପ୍ରପାତ । ସେଥିମଧ୍ୟରୁ ଗୁଡହାଣ୍ଡି ଡୋକରୀଚଞ୍ଚରା ଜଳ ପ୍ରପାତ ଟିକେ ଅନ୍ୟତମ । ଏଠାରେ ବର୍ଷତମାମ ପର୍ଯ୍ୟଟକ ଙ୍କ ଭିଡ଼ ଲାଗିଥାଏ । ବିଶେଷ କରି ଡିସେମ୍ୱର ରୁ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକ ଙ୍କ ଭିଡ ବହୁ ମାତ୍ରାରେ ଦେଖିବାକୁ ମିଳେ । ଏହି ଗୁଡାହାଣ୍ଡି ଡୋକରୀ ଚଞ୍ଚରା ଜଳପ୍ରପାତରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ଼ରୁ ପାଣି ଝରୁଥିବା ଦୃଶ୍ୟ ପର୍ଯ୍ୟଟକ ମାନଙ୍କ ମନକୁ ମୋହି ନେଇଥାଏ । ସେହି ପରି ଜଳପ୍ରପାତ ମଧ୍ୟରେ ପୂଜା ପାଆନ୍ତି ପ୍ରଭୂ ରାମଚନ୍ଦ୍ର ଓ ମାଁ\’ ଡୋକରୀ ଦେବୀ । ଯାହା ପର୍ଯ୍ୟଟକ ଙ୍କୁ ବିମୋହିତ କରିଥାଏ । ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ପକ୍ଷରୁ ଏହି ଐତିହାସିକ ସ୍ମୃତିଶିଳା ଗୁଡ଼ାହାଣ୍ଡି ଡୋକରୀଚଞ୍ଚାରାର ଉନ୍ନତି ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ଦିଆଗଲା । ଏଥିରେ ପାହାଚ ନିର୍ମାଣ, ବସିବା ପାଇଁ ପେଣ୍ଡାଲ, ମନ୍ଦିର କୁ ଯିବା ପାଇଁ ରାସ୍ତା, ସୁରକ୍ଷା ବାଡ, ପାର୍କିଂ ସ୍ଥଳ, ଶୌଚାଳୟ ଆଦି ନିର୍ମାଣ କରାଯାଇଛି । ଫଳରେ ପୂର୍ବପେକ୍ଷା ଏଠରେ ପର୍ଯ୍ୟଟକ ଆସିବା ପାଇଁ ବହୁତ ସୁନ୍ଦର ଆକର୍ଷଣୀୟ ହୋଇଛି । ଅନ୍ୟପକ୍ଷରେ ଖଳିଗଡ ରୁ ଗୁଡ଼ାହଣ୍ଡି ଡୋକରୀ ଚଞ୍ଚାରାକୁ ଯାଉଥିବା ୮ କିଲୋମିଟର ରାସ୍ତାର ଅବସ୍ଥା ଛୋଟ ଥିବାରୁ ଯାନବାହାନ କିମ୍ୱା ପର୍ଯ୍ୟଟକ ଯାତାୟାତ କଲାବେଳେ ନାହିଁ ।ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେହିପରି ଜଳପ୍ରପାତ ଅଞ୍ଚଲରେ କୌଣସି ନେଟୱାର୍କ ଆସୁନଥିବାରୁ ପର୍ଯ୍ୟଟକଙ୍କୁ ଯୋଗାଯୋଗରେ ବାଧା ସୃଷ୍ଟି ହୋଇଥାଏ । ରାସ୍ତା, ପାଣି ଓ ନେଟୱାର୍କ ସମସ୍ୟା ପାଇଁ ପର୍ଯ୍ୟଟକ ମଧ୍ୟରେ କିଛିଟା ନିରାଶ ଦେଖିବା କୁ ମିଳିଥାଏ । ଏହି ଐତିହାସିକ ସ୍ମୃତିଶିଳା ଗୁଡାହଣ୍ଡି ଡୋକରୀଚଞ୍ଚାରା ଜଳପ୍ରପାତ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧୀନରେ ରହିଛି ।

ଭବାନୀପାଟଣା ମୁଖ୍ୟାଳୟ ରୁ ବସ ଯୋଗେ ଜୁନାଗଡ ଆସିବେ , ଜୁନାଗଡ ରୁ ବଲଦିଆମାଲ,ଧର୍ମଗଡ ଦେଇ ୩୭ କିମି ଗଲାପରେ ଘଣ୍ଟିଗୁଡା ରୁ ୧୨ କିମି ଯିବାକୁ ପଡିଥାଏ । ସେହିଭଳି ଜୁନାଗଡ ରୁ କୋକସରା ଦେଇ ଟେମରା,କୁଲେରଗୁଡା ଘଣ୍ଟିଗୁଡା ରୁ ଯିବାକୁ ପଡିଥାଏ । ଟ୍ରେନ ରେ ଯଦି ଆସୁଛନ୍ତି ଜୁନାଗଡ ଷ୍ଟେସନ ରେ ଓହ୍ଳେଇବାକୁ ପଡିବ । ସେହିଠାରୁ ବସ ଯୋଗେ କୋକସରା ପହଞ୍ଚି ସେଇଠୁ ଲୋକାଲ ଗାଡି ସାହାଯ୍ୟରେ ଡୋକରିଚଞ୍ଚରା ଯାଇପାରିବେ ।

Spread the love