କାଲାକାନ୍ଦ

ସାମଗ୍ରୀ:
ଗୋଟେ କପ କଣ୍ଡେନ୍ସଦ ମିଳ୍କ

୨୫୦ ଗ୍ରାମ ପନିର

୨ ଚାମଚ ପାଉଡର କ୍ଷୀର

ଅଧା ଚାମଚ ଗୁଜୁରାତି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ;
ଗୋଟେ ଓଜନିଆ ପ୍ୟାନ ନିଅନ୍ତୁ । ସେଥିରେ କ୍ଷୀର ଦିଅନ୍ତୁ । ଏବେ ସେଥିରେ କୋରା ଯାଇଥିବା ପନିର ଓ ମିଲ୍କ ପାଉଡର ଆଦି ଦିଅନ୍ତୁ । ଚୁଲାରେ ବସାଇ ଚୁଲା ଜଳାନ୍ତୁ । କମ ଆଞ୍ଚରେ ତାହାକୁ ଘାଟନ୍ତୁ । କିଛି ସମୟ ପରେ ଘୋଳଟି ବହଳିଆ ହୋଇଆସିଲେ ଛାଡି ଦିଅନ୍ତୁ । ମନେ ରଖିବେ କଣ କଣରେ ମଝିରେ ମଝିରେ ବୁଲେଇ ଦେଉଥିବେ । ଚୁଲା ଲିଭିଇଲା ପରେ ସେଥିରେ କିଛି ଗୁଜୁରାତି ଗୁଣ୍ଡ ଦିଅନ୍ତୁ ।

ଏବେ ସେଥିରେ ପିସ୍ତା ଗୁଣ୍ଡ ଦିଅନ୍ତୁ । ଧ୍ୟାନରେ ରଖିବେ ଯେମିତି ପିସ୍ତା ଗୁଣ୍ଡ ଗୁଡିକ କଲାକନ୍ଦରେ ଏକ ଲେୟାର ବସିଯିବ । ଯଦି ଆପଣ ଡ୍ରାଏ ଫ୍ରୁଟସକୁ ଆଭଏଡ଼ କରିବାକୁ ଚାହୁଁଛନ୍ତି ଆଉ ସାଧା ଆପଣଙ୍କର ପସନ୍ଦ ତେବେ କିଛି ନପକେଇ ପ୍ଲେନ କଲାକାନ୍ଦ ବନେଇ ପାରିବେ । ଥଣ୍ଡା ହୋଇଆସିଲେ ଏହାକୁ ରେଫରୀଜିରେଟରରେ ରଖି ଛାଡ଼ି ଦିଅନ୍ତୁ । ଥଣ୍ଡା ହୋଇଆସିଲେ ଛୁରୀରେ କାଟି ଦିଅନ୍ତୁ । ଯଦି ଆପଣ ରଖିକି ଖାଇବାକୁ ଚାହୁଁଛନ୍ତି ତାହେଲେ ଡବା ଭିତରେ ରଖି ଖାଇପାରିବେ । ଏହାକୁ ଫ୍ରିଜରେ ରଖିଦେଲେ ବି ଅଧିକ ଦିନ ଯାଏଁ ରହିବ ।

Spread the love