କଲରା ମସଲା ଭଜା

ଆବଶ୍ୟକୀୟ ସାମଗ୍ରୀ

  • ୮ ରୁ ୧୦ଟି କଲରା
  • ୪ ଚାମଚ ତେଲ
  • ଗୋଟେ ଚାମଚ ହେଙ୍ଗୁ
  • ଅଧା ଛୋଟ ଚାମଚ ଜୀରା
  • ଅଧା ଛୋଟ ଚାମଚ ହଳଦୀ
  • ୨ ଛୋଟ ଚାମଚ ପାନ ମଧୁରୀ ପେଶା ହୋଇଥିବା
  • ୧ ଛୋଟ ଚାମଚ ଆମଚୁର ପାଉଡର
  • ଅଧା ଚାମଚ ଲାଲ ଲଙ୍କା ପାଉଡର

ଲୁଣ (ସ୍ୱାଦାନୁସାରେ)

କଲରା ଭଜା ମସଲା ବନାଇବା ପାଇଁ ପ୍ରଥମେ କଲରାକୁ ଧୋଇ ଦିଅନ୍ତୁ। ଏହାପରେ ଏହାର ଚୋପାକୁ କୋରି ଛଡାଇ ଦିଅନ୍ତୁ। ଏବେ କଲରାକୁ ମଝିରୁ କାଟି ଦିଅନ୍ତୁ ଏବଂ ମଝିରୁ ମଞ୍ଜି ବାହାର କରିଦିଅନ୍ତୁ। କଲାରାରେ ଲୁଣ ଲଗାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଅଧା ଘଣ୍ଟା ହେବା ପରେ ଏଥିରୁ ପାଣି ବାହାର କରିଦିଅନ୍ତୁ। ଏବେ ଆଞ୍ଚରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ହେଙ୍ଗୁ ଏବଂ ଜିରା ପକାନ୍ତୁ। ଜିରା ଫୁଟିବା ପରେ ଏଥିରେ ପାନମଧୁରୀ ପାଉଡର, ହଳଦି ଏବଂ ଧନିଆ ପକାନ୍ତୁ। ଏହାକୁ ଭାଜିଦିଅନ୍ତୁ। ମସଲା ଭଲଭାବେ ଭାଜି ହୋଇଗଲା ପରେ ଏଥିରେ କଲରାରୁ ବାହାରିଥିବା କୋରାକୁ ପକାଇ ଦିଅନ୍ତୁ। ଏହାସହିତ ଏଥିରେ ଲାଲ ଲଙ୍କା, ଲୁଣ ଏବଂ ସାମାନ୍ୟ ଗୋଲମରୀଚ ମଧ୍ୟ ମିଶାଇ ଦିଅନ୍ତୁ। ଏହି ସମସ୍ତ ମସଲାକୁ ଭାଜି ଦିଅନ୍ତୁ।

ଏପରି ପ୍ରସ୍ତୁତ କରନ୍ତୁ ମସଲା କଲରା

ମଝିରୁ କାଟିଥିବା କଲରାରେ ଏହି ମସଲାକୁ ଭରି ଗରମ ତେଲରେ ପକାଇ ଭାଜି ଦିଅନ୍ତୁ। ଗ୍ୟାସର ଆଞ୍ଚକୁ ମିଡିୟମ କରି କଡେଇକୁ ଘୋଡାଇ ଦିଅନ୍ତୁ। କଲାରାକୁ ମଝିରେ ମଝିରେ ଓଲଟାଇ ଦିଅନ୍ତୁ। ଏବେ କଲରାକୁ ଚାରିପଟୁ ସେକି ଦିଅନ୍ତୁ ଏବଂ ଭଲକରି ଭାଜିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।

Spread the love