କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ସମ୍ବେଦନଶୀଳ

ଆଜି ଭୁବନେଶ୍ୱରର ବରମୁଣ୍ଡାଠାରେ କୃଷି ଓଡ଼ିଶା କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ,ରାଜ୍ୟର ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ବେଶ୍‌ ସମ୍ବେଦନଶୀଳ। କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ଆଜି ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଚଳିତ ମାସ 25 ତାରିଖରୁ ଫେବ୍ରୁଆରି 5ତାରିଖ ଯାଏ ଚାଲିବ।

ଏହି ଯୋଜନାରେ ସମସ୍ତ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ପାଇଁ ରାଜ୍ୟ ସରକାର 10 ହଜାର କୋଟି ଟଙ୍କା ବ୍ୟୟ କରିବେ। ତେଣୁ ଏହି ଯୋଜନା ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଯୋଜନା। ଆଉ ଆଗାମୀ ଦିନରେ ‘କାଳିଆ’ ଯୋଜନା ସମଗ୍ର ଦେଶର କୃଷକମାନଙ୍କ ପାଇଁ ଏକ ଆଦର୍ଶ ଯୋଜନା ହେବାକୁ ଯାଉଛି। ‘କାଳିଆ’ ଯୋଜନାରେ ଚାଷୀ ରୋଜଗାର ପାଇଁ ବାଟ ଖୋଲିବ। ଯଦି ‘କାଳିଆ’ ଯୋଜନାରେ ମୁଳିଥିବା ସହାୟତାକୁ ଚାଷୀମାନେ ବାସ୍ତବ କ୍ଷେତ୍ରରେ ଚାଷ କାର୍ଯ୍ୟ ପାଇଁ ବିନିଯୋଗ କରିବେ ତେବେ ସେ ସବୁଠାରୁ ଅଧିକ ଖୁସିହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

naveen pattnik

କୃଷି ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି କର୍ମଶାଳାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଜଳସେଚନ ପାଇଁ ରାଜ୍ୟ ସରକାର 30 ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହା ଦ୍ୱାରା 8 ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିଛି। ଆଉ ରାଜ୍ୟର କୃଷିକମାନଙ୍କ ଉଦ୍ୟମ ପାଇଁ ଓଡ଼ିଶା ଗତ 5 ବର୍ଷ ଧରି ଲଗାତର କଷି କର୍ମଣ ପୁରସ୍କାର ପାଇ ଆସୁଛି।

ରାଜ୍ୟ ଆଜି ଖାଦ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇ ପାରିଛି। କେବଳ ଆମେ ସ୍ୱାବଲମ୍ବୀ ହୋଇ ନାହାଁନ୍ତି, ଅନ୍ୟ ରାଜ୍ୟକୁ ମଧ୍ୟ ଖାଦ୍ୟଶସ୍ୟ ଯୋଗାଉଛନ୍ତି। ରାଜ୍ୟର କୃଷକମାନଙ୍କ କାର୍ଯ୍ୟ ଓ ଦକ୍ଷତା ଉପରେ ତାଙ୍କର ଢ଼େର ବିଶ୍ୱାସ ରହିଛି ବୋଲିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହିତ କୃଷି କ୍ଷେତ୍ରରେ ରାଜ୍ୟକୁ ଆହୁରି ଆଗକୁ ନେବାକୁ ଆହ୍ଵାନ ଦେଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର କମିସନର ତଥା ସଚିବ ବିଶାଳ ଗଗନ ଉପସ୍ଥିତ ଥିଲେ।

Spread the love