ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ନୂଆଁଖାଇରେ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର ୩୦।୦୮: ଚାଷୀଙ୍କ ପାଇଁ ଖୁସିର ଖବର । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା । କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ ।

ଖବର ଅନୁଯାୟୀ, ରାଜ୍ୟରେ ଚାଷୀଙ୍କ ସହାୟତା ପାଇଁ ୨୦୧୯ରେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ବର୍ଷକୁ କିସ୍ତି ଆକାରରେ ଚାଷୀଙ୍କ ଆକାଉଣ୍ଟକୁ ଏହି ସହାୟତା ରାଶି ପଠାଇଥାନ୍ତି ରାଜ୍ୟ ସରକାର । ଚଳିତ ବର୍ଷରେ ଶେଷ କିସ୍ତି ଅକ୍ଷୟ ତୃତୀୟା ଦିନ ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ ରାଜ୍ୟ ସରକାର । ଆଉ ଏବେ ନୂଆଁଖାଇ ପର୍ବ ଅବସରରେ ଚାଷୀଙ୍କୁ ପୁଣି ଥରେ ଭେଟି ଦେବାକୁ ଯାଉଛନ୍ତି ରାଜ୍ୟସରକାର । ପଶ୍ଚିମ ଓଡିଶାର ଏହି ଗଣପର୍ବ ଅବସରରେ ୪୧ ଲକ୍ଷ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ଦେବେ ରାଜ୍ୟ ସରକାର ।

Spread the love