କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ଖାତାକୁ ଆଜି ଯିବ ୧୨ଶହ କୋଟି

ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର କିସ୍ତି ଚାଷୀଙ୍କୁ ମିଳିବାକୁ ଯାଉଛି। ୨୦୧୯ ଜୁନ୍ ପରଠାରୁ ‘କାଳିଆ’ ସହାୟତା ମିଳି ନ ଥିବାରୁ ସରକାର ଙ୍କୁ ସମାଲୋଚନା ର ସରବ୍ୟ ହେବାକୁ ପଡିଥିଲା। ତେଣୁ ବକେୟା ରାଶି ଆଜି ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ବାଣ୍ଟିବେ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ଦିଆଯିବ। ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଜିଲାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କିଛି ନୂତନ ଯୋଜନା ଓ ପ୍ରକଳ୍ପମାନ ଉଦଘାଟନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ ‘କାଳିଆ’ ସହାୟତା ଯୋଗାଇବା ପାଇଁ ଯୋଜନା ରହିଛି। ଏନେଇ ସରକାରୀ ସ୍ତରରେ ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଚାଷୀ ମାନେ ତାଙ୍କର ବକେୟା ପ୍ରାପ୍ୟ ପାଇବେ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Spread the love