କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲୟାନଙ୍କ ଗାଡିକୁ କାଳି ମାଡ଼

ପୁରୀ: କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରକୁ କାଳି ମାଡ଼। ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ର ମତ୍ସ୍ୟ ଓ ପଶୁ ବିଭାଗ ମନ୍ତ୍ରୀ ସଂଜୀବ କୁମାର ବଲୟାନଙ୍କ ଗାଡି ଉପରକୁ କାଳି ମାଡ ହୋଇଛି। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ କର୍ମୀମାନେ ମାର୍କେଟ ଛକ ଠାରେ କେନ୍ଦ୍ର ମନ୍ତ୍ରୀଙ୍କ କାର୍କେଡ୍‌କୁ ବିରୋଧ କରିବା ସହ କାଳି ମାଡ‌ କରିଛନ୍ତି।

ଦରଦାମ ବୃଦ୍ଧି, ଛାତ୍ର ଓ ଯୁବ ମରଣା ନୀତି ସହ ଛାତ୍ରମାନଙ୍କ ଅଧିକାର ଓ ହକ୍ ପାଇଁ ଏଭଳି ପ୍ରତିବାଦ କରାଯାଇଥିବା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି।

Spread the love