ଘୋଡ଼ା ମାଷ୍ଟରକ୍ୟାଣ୍ଟିନରୁ ଯିବ ରାଜଭବନ ଛକ

ଭୁବନେଶ୍ୱର ୧୭।୦୬:  ଭୁବନେଶ୍ୱରର ପ୍ରତୀକ ମାଷ୍ଟର କ୍ୟାଣ୍ଟିନ ଘୋଡ଼ା ହଟାଇବାକୁ ଯୋଜନା । କିଛି ଦିନ ଭିତରେ ମାଷ୍ଟର କ୍ୟାଂଟିନ ଛକରେ ଥିବା ଏହି ଐତିହ୍ୟ ଏଠାରେ ଦେଖିବାକୁ ମିଳିବନି । ରାଜଭବନ ଛକ ନିକଟକୁ ଉଠାଇ ନେବାକୁ ହୋଇଛି ଯୋଜନା ।

ଯୋଜନା ମୁତାବକ ଯଦି ଏହାକୁ ବାସ୍ତବତାର ରୂପ ଦିଆଯାଏ, ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପରିଚୟ ହୋଇଥିବା ଏହି ଐତିହ୍ୟ ତାର ଠିକଣା ବଦଳାଇବ ।ମାଷ୍ଟର କ୍ୟାଂଟିନ ଛକରେ ସ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ଏହି ପଦକ୍ଷେପ ନିଆଯାଇଛି । ୮୦ କୋଟିରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପରେ ବାଧା ଆଣୁଥିଲା ଐତିହ୍ୟ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ଏହି ଐତିହ୍ୟ ହଟାଇବାକୁ ଅନୁରୋଧ କରାଯାଇଥିଲା । ଏବଂ ସଂସ୍କୃତି ବିଭାଗ, ବିଏମସି ଓ ବିଡିଏ ଅଧିକାରୀଙ୍କ ବୈଠକରେ ସ୍ଥାନାନ୍ତରଣ ନିଷ୍ପତ୍ତି ହୋଇଛି । ରାଜଭବନ ନିକଟରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏହାକୁ ରଖାଯିବ ।

କାଳିଆ ଘୋଡାରେ ଚଢିବି, ମଧୁ ବାବୁ ସଙ୍ଗେ ଲଢିବି । ପିଲାବେଳୁ ଏହି ଉକ୍ତିକୁ ସମସ୍ତେ ଶୁଣି ବଡ ହୋଇଛନ୍ତି । ଆଉ ଏବେ ଏହାକୁ ଆଧାର କରି ମାଷ୍ଟର କ୍ୟାଂଟିନରେ ଥିବା ଘୋଡାକୁ, ମଧୁବାବୁଙ୍କ ନିକଟକୁ ନେବାକୁ ଉଦ୍ୟମ କରାଯାଇଛି । ସଂସ୍କ୍କୃତି ବିଭାଗ ପକ୍ଷରୁ କୁହାଯାଇଛି, ରାଜଧାନୀରେ ଅନ୍ୟ କୈାଣସି ସ୍ଥାନରେ ପ୍ରତିମୂର୍ତ୍ତିକୁ ରଖିବାକୁ ଆବଶ୍ୟକ ସ୍ଥାନ ନଥିବାରୁ ଏଭଳି ନିଷ୍ପତ୍ତି ହୋଇଛି । ଯେହେତୁ ଏହା ରାଜଧାନୀର ପରିଚୟ, ତେଣୁ ସ୍ଥାନାନ୍ତର ସମୟରେ ଯେଭଳି ଐତିହ୍ୟ ପ୍ରତି କୈାଣସି ଅସୁବିଧା ନଆସେ, ସେଥିପାଇଁ ଯତ୍ନବାନ ରହିବ ବିଡିଏ ।

Spread the love