ସରିଲା ଭଦ୍ରକର କାଳୀପୂଜା, ସବୁ ମଣ୍ଡପରୁ ବିଦାୟ ନେଲେ ମା’

ଭଦ୍ରକ ୦୭।୧୧ : ଆଜି ସରୁଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ପୂର୍ବରୁ ଦଶ ଦିନ ଧରି ପାଳିତ ହେଉଥିବା କାଳୀପୂଜା କରୋନା କଟକଣା ପାଇଁ ଏଥର ତିନି ଦିନରେ ସରିଛି । ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା କାଳୀଙ୍କୁ ଆଜି ମେଲାଣି ଦିଆଯାଉଛି ।

ପ୍ରଶାସନର ନିୟମ ଅନୁଯାୟୀ, ପୂଜା କମିଟି ଗୁଡିକ ମା’ଙ୍କୁ ବିସର୍ଜନ କରିଛନ୍ତି । ତେବେ ଭସାଣି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାକୁ ନେଇ ଭଷାଣ ଆୟୋଜିତ ହୋଇଛି । ଵିଧି ରକ୍ଷା ପାଇଁ ପାରମ୍ପରିକ ବାଦ୍ୟ ବଜାଇ ମା କାଳୀଙ୍କୁ ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ଦିଆଯାଇଛି ।

Spread the love