କଳ୍ପତରୁ ଆଶ୍ରମର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଫେରାଦ୍‌

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):   ଗୋବିନ୍ଦପୁର କଣ୍ଟେଇକୋଳିଆ ସ୍ଥିତ କଳ୍ପତରୁ ଆଶ୍ରମର ସ୍ଥିତାବସ୍ଥା ଫେରାଇ ଆଣିବା ପାଇଁ ଆଜି ଆଶ୍ରମର ପରିଚାଳନା କମିଟି ଓ କେତେକ ଅନୁଷ୍ଠାନର କର୍ମକର୍ତାମାନେ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କୁ ଭେଟି ଆଲୋଚନା କରିଛନ୍ତି। 
ସୂଚନା ଅନୁଯାୟୀ, କଳ୍ପତରୁ ଆଶ୍ରମ ସରକାରଙ୍କ ଦ୍ବାରା ପଞ୍ଜୀକୃତ ହୋଇଥିବା ବେଳେ କେତେକ ନ୍ୟସ୍ତସ୍ବାର୍ଥୀ ଏହି ଆଶ୍ରମକୁ ବନ୍ଦ କରାଇବା ପାଇଁ ବାରମ୍ବାର ଷଡ଼ଯନ୍ତ୍ର ଚଳାଇଛନ୍ତି।  ଏନେଇ କେସ୍‌ ନ˚ ୧୦୧୭୯/୨୦୧୫ରେ ଏକ ମାମଲା  ଉଚ୍ଚ ନ୍ୟାୟଳୟରେ ରହିଛି। ଏହା ସତ୍ବେ ଏହି ଆଶ୍ରମକୁ ବନ୍ଦ କରିବା ପାଇଁ ସ˚ପୃକ୍ତ ବ୍ୟକ୍ତି ଓ ଜମି ମାଫିଆମାନେ ବିଭିନ୍ନ ମିଥ୍ୟା ସମସ୍ୟା ସୃଷ୍ଟି କରି ଗଣମାଧ୍ୟମରେ ଚର୍ଚ୍ଚା କରାଉଛନ୍ତି।
  ଏହିସବୁ ଘଟଣାର ପ୍ରକୃତ ତଦନ୍ତ କରି ଆଶ୍ରମର ସ୍ଥିତାବସ୍ଥା ଫେରାଇ ଆଣିବା ପାଇଁ ବରିଷ୍ଠ ନାଗରିକ ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏହି ଆଲୋଚନାରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ,ଆଶ୍ରମ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ,ସମ୍ପାଦକ ସତ୍ୟ ରଥ, ବରିଷ୍ଠ ଆଇନଜୀବୀ ଦୀପ୍ତୀଶ ପ୍ରସାଦ ପଟ୍ଟନାୟକ,ଜଗତ ଉଦ୍ଧାର ମଞ୍ଚର ସଭାପତି ତଥା ଓକିଲ ସ˚ଘର ପୂର୍ବତନ ସଭାପତି ନବକିଶୋର ଗୁରୁ ଓ ସ˚ଜୟ ମିଶ୍ର, ରାମ ଚନ୍ଦ୍ର ପାତ୍ର, ଜନଜାଗ୍ରତ ମଞ୍ଚ ସଭାପତି ସୁରେନ୍ଦ୍ର ଦଳେଇ, ପ୍ରଫୁଲ୍ଲ ପଟ୍ଟନାୟକ, ଶିବପ୍ରସାଦ ନନ୍ଦ, ସଚ୍ଚିଦାନନ୍ଦ ମହାନ୍ତି, ରାଜକିଶୋର ବେହେରା, ଗୁଣନିଧି ପାତ୍ର, ଜି ଶଙ୍କର ଦୋରା, ଅନନ୍ତ ହୋତା, ଅଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ା ପରେ ପରିଚାଳନା କମିଟି ସଦସ୍ୟ ଏବ˚ ବିଭିନ୍ନ ଅନୁଷ୍ଠାନର କର୍ମକତାମାନେ ଏସପି ସନ୍ତୋଷ ନାୟକଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ନିବେଦନ କରିଥିଲେ।
Spread the love