କମଲ ହାସନଙ୍କ ‘ଇଣ୍ଡିଆନ-୨’ ସୁଟିଂ ସେଟରେ ଦୁର୍ଘଟଣା 3 ମୃତ

ଦକ୍ଷିଣ ଭାରତର ପ୍ରସିଦ୍ଧ ଫିଲ୍ମ ନିର୍ମାତା କମଲ ହାସନଙ୍କ ଫିଲ୍ମ ସେଟରେ ଦୁର୍ଘଟଣା ଘଟିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫିଲ୍ମ ‘ଇଣ୍ଡିଆନ-2’ ସୁଟିଂ ସେଟରେ ଏହି ଦୁର୍ଘଟଣା ଘଟିବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛି । ଫିଲ୍ମ ସୁଟିଂ ପାଇଁ ବ୍ୟବହୃତ ହୋଇଥିବା କ୍ରେନ ଖସିବାରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ରିପୋର୍ଟ ଅନୁସାରେ ମଧୁ (ନିର୍ଦ୍ଦେଶକଙ୍କ ବ୍ୟକ୍ତିଗତ ନିର୍ଦ୍ଦେଶକ), କୃଷ୍ଣା (ସହକାରୀ ନିର୍ଦ୍ଦେଶକ) ଓ ଜଣେ ଷ୍ଟାଫ ଚନ୍ଦନଙ୍କ ମୃତ୍ୟୁ ହୋଇଛି । ଚେନ୍ନାଇ ନିକଟରେ ଏହି ଫିଲ୍ମ ସୁଟିଂ ଚାଲିଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Spread the love