ପଦ୍ମଶ୍ରୀ କମଳା ପୂଜାରି ଅସୁସ୍ଥ

ଜୟପୁର, ୨୧/୦୮: ପଦ୍ମଶ୍ରୀ କମଳା ପୂଜାରି ଅସୁସ୍ଥ । ଗତ ଦୁଇଦିନ ତଳେ ଖାଦ୍ୟ ପାନୀୟରେ ଏପଟ ସେପଟ ସହ ଜ୍ୱର ହେବା ପରେ ଟିକେ ଅସୁସ୍ଥ ଅନୁଭବ କରି ଘରେ ଥିଲେ । କିନ୍ତୁ ଆଜି ସକାଳ ଠାରୁ ଲଗାତର ଭାବେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନଆସିବା ପରେ ପରିବାର ପକ୍ଷରୁ ସ୍ଥାନୀୟ ଏଏନଏମ ଦିଦିଙ୍କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ପୁଅ ଧୁନୁଜୟ ପୂଜାରୀ କହିଛନ୍ତି ।

Spread the love