କାମଳ ରୋଗର ଘରୋଇ ଚିକିତ୍ସା ଏବଂ ଏହାର ସହଜ ଉପଚାର….

ବର୍ତ୍ତମାନ ଜଣ୍ଡିସ୍ ଏକ ପ୍ରମୁଖ ରୋଗ ଭାବରେ ମୁଣ୍ଡ ଟେକିଛି । ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ । ଏହାକୁ ଏକ ଭୂତାଣୁଜନିତ ସଂକ୍ରମିତ ରୋଗ କୁହାଯାଉଥିଲେ ହେଁ ଏ ରୋଗର ଆହୁରି ଅନେକ କରାଣ ରହିଛି । ଶରୀରରେ ଥିବା ଲୋହିତ ରକ୍ତକଣିକା ବିଶେଷମାତ୍ରାରେ ନଷ୍ଟ ହେଲେ ଏ ରୋଗ ହୋଇଥାଏ । ଏ କଣିକା ନଷ୍ଟହେବାର କାରଣ ମଧ୍ୟରେ ରହିଛି ଆଧୁନିକ ଔଷଧର କୁପ୍ରଭାବ; ଯଥା: କୁଇନାଇନ ସଲଫୋନ୍ ଶାଇଡ, ଆଇସୋନେକ୍ସ ଭଳି ଔଷଧ ବହୁତ ବ୍ୟବହାର । ଏତଦ୍ ବ୍ୟତୀତ ପୁରାତନ ମ୍ୟାଲେରିଆ, କଳାଜ୍ଵର, ସିକଲ ଆଦି ରୋଗ କାରଣରୁ ମଧ୍ୟ ଲୋହିତ ରକ୍ତକଣିକା ନଷ୍ଟ ହୋଇଥାଏ । ନବଜାତ ଶିଶୁର ରକ୍ତରେ ଆର୍.ଏଚ୍.ର ଅସମତା ରହିଲେ ମଧ୍ୟ ଜଣ୍ଡିସ୍ ହୋଇଥାଏ । କେତେକ ସ୍ଥଳେ ପାଣ୍ଡୁ ଅର୍ଥାତ୍ ଆନେମିଆ ହେବାପରେ କାମଳ ରୋଗ ହୋଇଥାଏ ।

ଦ୍ଵିତୀୟ ପ୍ରକାର ଜଣ୍ଡିସ୍ ର କାରଣ ହେଉଛି ଯକୃତ୍ ସଂକ୍ରମଣଜନିତ କାମଳ । ଯେତେବେଳେ ଶରୀରରେ କୌଣସି କାରଣରୁ ଯକୃତ୍ ର ବିକୃତି ଘଟି ତା’ର କାର୍ଯ୍ୟକାରୀ ଶକ୍ତି ନଷ୍ଟହୁଏ ସେତେବେଳେ ସହଜରେ ଜଣ୍ଡିସ୍ ରୋଗର ଭୂତାଣୁ ଦୁବଳ କ୍ଷକୃତରେ ଆସ୍ଥାନ ଜମାଇ ଏ ରୋଗ ଉତ୍ପନ୍ନ କରିଥାନ୍ତି । ବଜାର, ହୋଟେଲ ଓ ରେଷ୍ଟୁରାଣ୍ଟରେ ଖୋଳାରେ ବିକ୍ରି ହେଉଥିବା ଦହିବରା, ଗୁପ୍ ଚୁପ୍ ଅନ୍ୟାନ୍ୟ ତେଲଭାଜି, କଚୁଡି, ସିଙ୍ଗଡା ପ୍ରଭୁତି ଖାଦ୍ୟପଦାର୍ଥ, ଦୂଷିତ ଜଳପାନ, ବରଫ, ଲସି, ଆଇସ୍ କ୍ରିମ, ଥଣ୍ଡା ସର୍ବତ, ଅଧିକ ମଦ୍ୟପାନ ଏହାର କାରଣ ହୋଇପାରେ ।

ତୃତୀୟ ପ୍ରକାର କାମଳ ‘ରୋଧଜନିତ କାମଳ’ । ଏହାର କାରଣ ହେଉଛି ପ୍ରତିଦିନ ଖାଦ୍ଯ ପରିପାକ ପାଇଁ କିଛି ପରିମାଣରେ ପିତ୍ତରସ ପିତ୍ତକୋଷ ଏବଂ ଯକୃତରୁ ବାହାରି ପରିପାକଯନ୍ତ୍ରକୁ ସାହାଜ୍ଯ କରିଥାଏ । ଯଦି କୌଣସି କାରଣରୁ ପିତ୍ତରସ ଯାତାୟାତ ପଥରେ ବାଧା ସୃଷ୍ଟି ହୁଏ ତେବେ ସେହି ରସ ସ୍ଵଚ୍ଛନ୍ଦରେ ବାହାରି ନ ପରି ଜମାହୋଇ ରହେ । ପିତ୍ତବାହୀ ନଳିକାରେ ପଥୁରୀ ଆଦି ସୃଷ୍ଟି ହେବା କାରଣରୁ ଏହି ଅବରୋଧ ଉତ୍ପନ୍ନ ହୋଇଥାଏ । ଏହି ପିତ୍ତ ରକ୍ତ ପ୍ରବାହରେ ମିଶି ‘ରୋଧଜନିତ କାମଳ’ ରୋଗ ସୃଷ୍ଟି କରେ ।

ଭୂତାଣୁ ପ୍ରବେଶ ଦ୍ଵାରା ଯକୃତ ନିଷ୍କ୍ରିୟ ହୁଏ । ଏହାକୁ ଇନଫେକଟିଭ ହେପାଟାଇଟିସ୍ କୁହାଯାଏ । ଏହି ଭୂତାଣୁଗୁଡିକ ହେଉଛି ଭାଇରସ୍ –ଏ ଏବଂ ଭାଇରସ୍ – ବି । ଏହା ଦୂଷିତ ଖାଦ୍ୟ ପାଣିୟା ଦ୍ଵାରା ବ୍ୟାପିଥାଏ । ଏହି ରୋଗରେ ଲୋହିତ ରକ୍ତ କନିକାଗୁଡିକ ପ୍ରଚୁର ପରିମାଣରେ ନଷ୍ଟ ହୋଇଯାଏ । କୁଇନାଇନ୍, ସଲଫୋନାମାଇଡ୍ ଆଇସୋନେକ୍ ସେ ଆଦି ଔଷଧର କୁପ୍ରଭାବ ଏକ ପ୍ରମୁଖ କାରଣ ।

ଏହା ବ୍ୟତୀତ ପୁରାତନ ମ୍ୟାଲେରିଆ, କଳାଜ୍ଵର, ଥାଳାସିଆ, ସିକସେଲ ଓ ବସନ୍ତ ଆଦି ରୋଗ ହେଲେ ରୋଗୀର ଲୋହିତ ରକ୍ତକନିକାଗୁଡିକ ନଷ୍ଟ ହୋଇଥାଏ । ଏହାକୁ ରକ୍ତ କାମଳ କୁହାଯାଏ । ବିଭିନ୍ନ କାରଣରୁ ଯକୃତ ଏବଂ ପିତ୍ତକୋଷରୁ ପିତ୍ତରସ ବାହାରି ପରିପାକ ଯନ୍ତ୍ରକୁ ସାହାଯ୍ୟ କରିପାରେ ନାହିଁ । ଏହାର ମୁଖ୍ୟ କାରଣ ହେଲା ପିତ୍ତରସ ଯାତାୟାତ ରାସ୍ତାରେ ପଥର ସୃଷ୍ଟି ହେବା ଏବଂ ରାସ୍ତା ସଙ୍କୁଚିତ ହୋଇଯିବା, ଅଗ୍ନ୍ୟାଶୟ ସ୍ଫିତି ବା ପ୍ରବାହ ପିତ୍ତମୁଣା କିମ୍ବା ଅଗ୍ନ୍ୟାଶୟରେ ଅର୍ବୁଦ ବା କ୍ୟାନସର ସୃଷ୍ଟି ଯୋଗୁଁ ରୋଧଜନିତ କାମଳ ସୃଷ୍ଟି ହୋଇଥାଏ ।

ଲକ୍ଷଣ

ଏ ରୋଗ ତିନୋଟି ଷ୍ଟେଜ ଅଛି । ପ୍ରଥମ ପାଣ୍ଡୁଆନେମିଆ (ପାଣ୍ଡୁ ରକ୍ତହୀନତା), ସେଥିରୁ କାମଳ ବା ଜଣ୍ଡିସ୍ – ଜଣ୍ଡିସ୍ ରୁ ହଳୀମକ । ପାଣ୍ଡୁରୋଗରେ ତ୍ଵଚା ପାଣ୍ଡୁରବର୍ଣ୍ଣ ଦିଶେ । ନାସିକାରୁ ଜଳସ୍ରାବ ହୁଏ । ଅଗ୍ନିମାନ୍ଦ୍ୟ ଅରୁଚି, ଚଷୁଶୋଥ ଦେଖାଯାଏ । ରୋଗୀ କ୍ଳାନ୍ତ ଅନୁଭବ କରେ । ବାନ୍ତି ଲାଗେ ବା ବାନ୍ତି ହୁଏ । ଏମିତି ପାଣ୍ଡୁରୋଗ ପ୍ରକାଶ ପାଇବା ପରେ ରୋଗୀ ଯଦି ମାଛ, ମାଂସ ଅଣ୍ଡା, ମସଲା, ତେଲ ବହୁତ ଖାଦ୍ୟ ଅର୍ଥାତ୍ ପିତ୍ତବର୍ଦ୍ଧକ ଭୋଜନ ଠାରୁ ଦୂରେଇ ନ ରହେ – ସେହି କୁପିତ୍ତ ପିତ୍ତ ରକ୍ତ ଏବଂ ମାଂସକୁ ଦୂଷିତ କାରୀ କାମଳ ରୋଗକୁ ଜନ୍ମଦିଏ । କାମଳ ରୋଗ ପୁରୁଣା ହୋଇଗଲେ ହଳୀମକ ବା ହଳଦିଆ କାମଳ ରୋଗରେ ପରିଣତ ହୁଏ ।

ଏହି ରୋଗରେ ରୋଗୀର ଶରୀର, ଆଖି, ନଖି, ଜିଭର ତଳଭାଗ ହଳଦିଆ ବର୍ଣ୍ଣ ବା ମାଟିଆବର୍ଣ୍ଣ ଦେଖାଯାଏ । ରୋଗୀକୁ ଚାରିଆଡ ହଳଦିଆ ଦିଶେ । ସର୍ବାଙ୍ଗ ଫୁଲିଯାଏ । ଏହା ଅସାଧ୍ୟ ବୋଲି ଜଣାପଡେ । ଏଭଳି ସ୍ଥିତିରେ ପରିପାକରେ ବାଧା ସୃଷ୍ଟି ହୋଇ ଶରୀରରେ ଦୁର୍ବଳତା, ଅବସନ୍ନତା ଦେଖାଯାଏ । ମାଲା କଠିନ, କାହୁଆ, ଧଳା ବା ହଳଦିଆ ରଙ୍ଗର ହୁଏ । ଯକୃତ ବୃଦ୍ଧି ହୋଇ ପେଟର ଉପରିଭାଗ ଦରଜ ଲାଗେ । ପେଟ ଭାରି ଜଣାପଡେ । ଦିନସାରା ଶୋଇ ରହିବାକୁ ଇଚ୍ଛା ହୁଏ । ଯକୃତ ଏବଂ ପ୍ଳୀହାର ବୃଦ୍ଧି ପଟେ । ଯକୃତ ଶୋଥ A.B.C. ରକ୍ତ ବିକାର ଦେଖାଯାଏ । ଏ ଅବସ୍ଥାରେ ସଂକ୍ରମିତ ରୋଗୀର ସଂସ୍ପର୍ଶରେ ଆସିଲେ, ଅଶୋଧିତ ଛୁଞ୍ଚିରେ ଇଞ୍ଜେକ୍ସନ ନେଲେ ଏ ରୋଗ ଅନ୍ୟକୁ ହୋଇଥାଏ।

କ’ଣ କରିବେ

ଆଖପାଖ ପରିବେଶ ସଫା ସୁତୁରା ରଖନ୍ତୁ । ଯେପରି ମଶା ହେବେ ନାହିଁ ।ରୋଷଇ ଓ ଖାଇବା ପୂର୍ବରୁ ଏବଂ ଶୌଚାଳୟରୁ ଫେରିବା ପରେ ଭଲଭାବେ ସାବୁନ୍ କିମ୍ବା ଡେଟଲରେ ହାତ ସଫା କରନ୍ତୁ ।ନଖ ନରଖି କାଟି ଦିଅନ୍ତୁ ।ପାଣିରେ କ୍ଳୋରିନ୍ ଟାବଲେଟ୍ ପକାଇ ବ୍ୟବହାର କରନ୍ତୁ ।ପାଣି ୧୦ ରୁ ୧୫ ମିନିଟ୍ ଫୁଟାଇବା ପରେ ବ୍ୟବହାର କାଲେ ଭଲ ।ବାହାରେ ବିକ୍ରି ହେଉଥିବା କଟା ଫଳ ଖାଆନ୍ତୁ ନାହିଁ । ଘରେ ଭଲ ଭାବରେ ଫଳ ଓ ପନିପରିବା ଧୋଇବା ପରେ ଖାଆନ୍ତୁ ।ଯଦି ଆପ ମା’ ହେବାକୁ ଯାଉଛନ୍ତି, ତେବେ ପ୍ରଥମେ ହେପାଟାଇଟିସ୍ ପରୀକ୍ଷା କରନ୍ତୁ । ଏହାପରେ ଡାକ୍ତରଙ୍କ ଚିକିତ୍ସାରେ ରହନ୍ତୁ । ପିଲାକୁ ଜଣ୍ଡିସ୍ ହେବାର ଭୟ ନଥିବ ।ପିଲାକୁ ମଧ୍ୟ ଡାକ୍ତରଙ୍କ ପରାମର୍ଶରେ ହେପାଟାଇଟିସ୍ ଟୀକା ଦେବା ଦରକାର ।ଜଣ୍ଡିସ୍ ହୋଇହିବା ବ୍ୟକ୍ତିର ଲୁଗା, ବିଛଣାକୁ ଅଲଗା ଗରମ ପାଣିରେ ସଫା କରନ୍ତୁ । ଜଣ୍ଡିସ୍ ହୋଇଥିବା ସମୟରେ ବ୍ୟକ୍ତି ସହ ଯୌନ ସମ୍ପର୍କ ରଖନ୍ତୁ ନାହିଁ ।
ଉପଚାର

ଏ ରୋଗରେ ଔଷଧ ଅପେକ୍ଷା ପଥ୍ୟ ଅଧିକ କାମ କରେ । ଚିକିତ୍ସା ସମୟରେ ରୋଗୀ ଅଧିକ ମାତ୍ରାରେ ଅମୃତଭୁଣ୍ଡା, ଆଖୁରସ ସହିତ ଯଅଚୂର୍ଣ୍ଣ ବା ଲେମ୍ବୁରସ ମିଶାଇ ପିଇବେ । ପାଣି ଏ ଭୂତାଣୁର ମୁଖ୍ୟ ବାହକ ହୋଇଥିବାରୁ ଯେଉଁ ଅଞ୍ଚଳରେ ଏ ରୋଗ ବ୍ୟାପିବାରେ ଲାଗିଛି ସେ ଅଞ୍ଚଳର ରୋକପାଣିକୁଆ ଫୁଟାଇ ବ୍ୟବହାର କରିବା ଉଚିତ ।

ବିଶୁଦ୍ଧ ପାଣି, ପଇଡ ପାଣି, ଦୈନିକ ଦୁଇଶହ ଗ୍ରାମ୍ ଯାଏ ଗୋମୂତ୍ର ରୋଗୀ ସେବନ କରିବାର ଅଛି । ରୋଗୀମାନେ କଞ୍ଚା ପାଚିଲା ଅମୃତଭଣ୍ଡା, ମୌସୁମ୍ବୀ, ଡାଳିମ୍ବ , କାମଳା, ସେଓ ଅଙ୍ଗୁର, ଲିଚୁ ପ୍ରଭୁତି ଫଳ ଖାଇବେ । ଗ୍ଳୁକୋଜ୍ ପାଣି, ଆଖୁରସ, ମୁଲାପତ୍ରର ରସ, ଚିନି, ମିଶ୍ରି, ଅଁଳା, ଖଜୁରୀ, ଯଷ୍ଟିମଧୁ ମୁନାକା, କିସ୍ ମିସ୍ ସିଝା ପାଣି, ଛେଳି ବା ଦେଶୀ ଗାଈର ସଦ୍ୟ ହୁହାଁ କ୍ଷୀର, ତାଜା ଦହି, ଘରେ ପ୍ରସ୍ତୁତ ଚହ୍ଳା, ଘିଅ, ଚିନି ମିଶ୍ରିତ ହାଲୁଆ, ଚୋକଡ ମିଶା ଅତାର ରୁଟି, ଖେଚୁଡି, ଦଲିଆ ହଳଦୀ, ଅଦା, ଶୁଣ୍ଠି, ଯୁଆଣୀ, ରସୁଣ, ମେଥି, ସଜନାଫୁଲ, ପାଳଙ୍ଗ, ବଥୁଆ ପୁରୁଣି ଶାଗ, ଲାଉ ଜହ୍ନି ପୋଟଳ ହଳଦୀ ରଙ୍ଗର ପାଚିଲା କଖାରୁ, କଞ୍ଚା ମୂଳା, ଘିକୁଆଁରି ପ୍ରଭୁତି ପଥ୍ୟ ରୂପେ ଗ୍ରହଣ କରିପାରିବେ ।

?ତୁଲସୀ ପତ୍ର – ୧୦- ୧୫ଟି ତୁଲସୀ ପତ୍ର ଏଏଏନଆଇ ପିଇଏସଟି କରନ୍ତୁ । ଏଥିରେ ଏକ ଗ୍ଲାସ୍ ମୂଳା ପତ୍ର ରସ ମିଶାନ୍ତୁ । ଏହାକୁ ପ୍ରତିଦିନ ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ପିଅନ୍ତୁ । ଏହାଦ୍ଵାରା ଶରୀରରୁ ଯନ୍ତ୍ରଣା ଦୂର ହୋଇଯିବ । ପ୍ରତିଦିନ ନିୟମିତ ଭାବରେ ଏହାକୁ ଖାଇଲେ ଜଣ୍ଡିସ୍ ଦୂର ହୋଇଯିବା ନିଶ୍ଚିୟ ।

?ଟମୋଟୋ ଜୁସ – ଏକ ଗ୍ଲାସ୍ ଟମୋଟୋ ଜୁସରେ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ । ଏହା ଆପଣଙ୍କୁ ଯନ୍ତ୍ରଣା ମୁକ୍ତ କରାଇବା ସହିତା ଜଣ୍ଡିସ୍ ଦୂର କରିଦେବ ।

?କଦଳୀ – ପାଚିଲା କଦଳୀକୁ ଜୁସ କରନ୍ତୁ, ଏଥିରେ ମହୁ ମିଶାଇ ଦିନକୁ ଦୁଇଥର ପିଅନ୍ତୁ । ଏହାଦ୍ଵାରା ଜଣ୍ଡିସ୍ ରୁ ରକ୍ଷା ପାଇପାରିବେ ।

?ଗାଜର ଜୁସ – ତାଜା ଗାଜରକୁ ଜୁସ କରନ୍ତୁ । ଦିନକୁ ଏହାକୁ ଯେତେଥର ଇଚ୍ଛା ପିଅନ୍ତୁ । ଏହା ଜଣ୍ଡିସ୍ କୁ ଦୂର କରିବାରେ ସହାୟକ ହେବ ।

?ଆଖୁ – ଆଖୁରେ ଥିବା ଭିଟାମିନ୍ ପାଚନ କ୍ରିୟାକୁ ସୁଦୃଢ କରିବା ସହିତା ଯକୃତକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ଜଣ୍ଡିସ୍ ରୋଗୀଙ୍କ ପାଇଁ ବହୁତ ଭଲ । ଏକ ଗ୍ଳାସ ଆଖୁ ରସରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଦିନକୁ ଦୁଇଥର ଏହିପରି ଆଖୁରସ ପିଅନ୍ତୁ । ଏହାଦ୍ବାରା ଆପଣଙ୍କ ଆରମ ଲାଗିବ । କିଛିଦିନ ପରେ ଜଣ୍ଡିସ୍ ଯନ୍ତ୍ରଣାରୁ ମୁକ୍ତ ପାଇବେ ।

?ଲେମ୍ବୁ – ଲେମ୍ବୁରେ ପ୍ରଚୁର ମାତ୍ରାରେ ଆଣ୍ଟି ଇନଫ୍ଲାମାଟୋରୀ ରହିଛି , ଯାହା ଭୂତାଣୁ ମାରିଦିନ । ଏକ ଗ୍ଲାସ୍ ପାଣିରେ ଦୁଇଟି ଲେମ୍ବୁ ରସ ମିଶାଇ ପିଅନ୍ତୁ । ଦିନକୁ ତିନିଥର ପିଅନ୍ତୁ । ଏହା ଯକୃତକୁ ଶଙ୍କରୀୟା କରିବାରେ ସହାୟକ ହୋଇଥାଏ । ଏହା ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରି ଜଣ୍ଡିସ୍ କୁ ଦୂରେଇ ଦେବ ।

?ଘିକୁଆଁରୀ – ଘିକୁଆଁରୀ ରସରେ କଳା ଲୁଣ ଓ ଅଦା ରସ ମିଶାଇ ପ୍ରତିଦିନ ସକାଳେ ପିଅନ୍ତୁ । ଅତିକମ୍ ରେ ୧୦ ଦିନ ପର୍ଯ୍ୟନ୍ତ ପିଅନ୍ତୁ । ଦେଖିବେ ଜଣ୍ଡିସ୍ ଦୂର ହୋଇଯିବ ।

?ଅମୃତଭଣ୍ଡା ପତ୍ର – ଅମୃତଭଣ୍ଡା ପତ୍ରକୁ ବାଟି ପେଷ୍ଟ କରିଦିଆନ୍ତୁ । ଏକ ଚାମଚ ଅମୃଭଣ୍ଡା ପତ୍ର ପେଷ୍ଟରେ ଏକ ଚାମଚ ମହୁ ମିଶାଇ ଦୁଇ ସପ୍ତାହ ଖାଆନ୍ତୁ । ଏହା ଜଣ୍ଡିସ୍ କୁ ଦୂରେଇ ଦେବ ।

?ଘୋଳଦହି – ତୋରାଣିର୩ଏ ଘୋଳ ଦହି ମିଶାଇ ପିଇଲେ ଜଣ୍ଡିସ୍ ଦୂର ହେବ ।

?ସାବଧାନତା

କେବଳ ଡାକ୍ତର ଔଷଧ ଖାଇଦେଲେ କିମ୍ବା ଘରୋଇ ଉପଚାର କରିଦେଲେ ଜଣ୍ଡିସ ଦୂର ହୋଇଯିବ ତାହା ନୁହେଁ ବରଂ ଏଥିପାଇଁ ଏହି ସମୟରେ କିଛି ନିୟମ ପାଳନ କରିବାକୁ ପଡିଥାଏ ।

ବିଶ୍ରାମ ନିଅନ୍ତୁମଦ୍ୟପାନ କରନ୍ତୁ ନାହିଁ, କାରଣ ମଦ ଯକୃତ ଉପରେ ଅଧିକ ପ୍ରଭାବ ପକାଏ ।ଧୂମପାନ କରନ୍ତୁ ନାହିଁ । ଧୂମପାନ କରୁଥିବା ବ୍ୟକ୍ତିଠାରୁ ଦୂରେଇ ରହନ୍ତୁ ।ଶୁଦ୍ଧ ଓ ସ୍ଵଚ୍ଛ ପାଣି ବ୍ୟବହାର କରନ୍ତୁ ଡାକ୍ତରଙ୍କ ଅନୁସାରେ ଖାଦ୍ୟ ଗ୍ରହଣ କରନ୍ତୁକମ୍ ଚର୍ବିଜାତୀୟ ଓ କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁଅଧିକ ତେଲଯୁକ୍ତ ଖାଦ୍ୟ, ଘିଅ ଓ ରାଗ ମସଲା ଖାଆନ୍ତୁ ନାହିଁରୋଗୀ ଫଳ ଓ ସବୁଜ ପାଣିପାରିବାକୁ ରସ ପିଇବା ଦରକାର ।

Spread the love