ବିଜେପି ସହ ବଢ଼ିଲା କମଲନାଥଙ୍କ ପରିବାରର ଆତ୍ମୀୟତା!

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟକା ଦେବାକୁ ବିଜେପି ପ୍ରସ୍ତୁତ ହେଉଛି। ଚର୍ଚ୍ଚା ଅନୁସାରେ, କମଲନାଥଙ୍କ ସହ ବିଜେପିର ଘନିଷ୍ଠତା ବଢ଼ିବାରେ ଲାଗିଛି | ସୂତ୍ରରୁ ପ୍ରକାଶ ଯେ କମଲନାଥଙ୍କ ସହ ତାଙ୍କ ପୁଅ ନକୁଲନାଥ ମଧ୍ୟ ବିଜେପିରେ ଯୋଗ ଦେଇ ପାରନ୍ତି। ଚର୍ଚ୍ଚା ମୁତାବକ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ କଂଗ୍ରେସ କମଲ ନାଥଙ୍କୁ ପିସିସି ମୁଖ୍ୟ ପଦରୁ ହଟାଇ ଦେଇଛନ୍ତି। ସେବେଠାରୁ ମଧ୍ୟପ୍ରଦେଶର ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ କମଲ ନାଥ କଂଗ୍ରେସ ଛାଡି ମାର୍ଚ୍ଚରେ ବିଜେପିରେ ଯୋଗ ଦେଇପାରନ୍ତି।

ସୂଚନାନୁସାରେ, କମଲ ନାଥଙ୍କ ବ୍ୟତୀତ ଅନେକ ନେତା ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି। ଏହି ନେତାଙ୍କର ବିଜେପି ସହ ଘନିଷ୍ଠତା ବଢୁଛି ବୋଲି ବିଶ୍ୱାସ କରାଯାଉଛି। ତେବେ ନିକଟରେ କମଲ ନାଥଙ୍କ ପୁଅ ନକୁଲ ନାଥ ଘୋଷଣା କରିଛନ୍ତି ଯେ ସେ ଛିଂଡ଼ୱାଡାରୁ ନିର୍ବାଚନ ଲଢ଼ିବେ । ସେ କହିଥିଲେ ଯେ ଯେତେବେଳେ କଂଗ୍ରେସ ତାଲିକା ବାହାରକୁ ଆସିବ ସେତେବେଳେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ | ତେବେ କମଲନାଥ ଏହାକୁ ଖଣ୍ଡନ କରିଛନ୍ତି | ସେ କହିଛନ୍ତି ଯେ ବିଜେପିରେ ଯୋଗଦେବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ | ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ନିର୍ବାଚନ ପାଣିପାଗ କେତେବେଳେ କଣ ହେବ ତାହା କହିହେବ ନାହିଁ | ଯେହେତୁ ମଧ୍ୟପ୍ରଦେଶ ନିର୍ବାଚନ ପରେ କଂଗ୍ରେସ ସହ କମଲନାଥଙ୍କ ସମ୍ପର୍କ ବିଗିଡ଼ିବାରେ ଲାଗିଛି ତେଣୁ କିଛି କହିହେବ ନାହିଁ |

Spread the love