କମିଶନରେଟ୍ ପୋଲିସରେ ଅଦଳବଦଳ, ଭୁବନେଶ୍ୱର ଜୋନ୍-୪ ଏସିପି ହେଲେ ପରେଶ କୁମାର ରାଉତ

କଟକ ରୋଡ,୨୫/୧୨; କମିଶରେଟ୍‌ ପୋଲିସ୍‌ ଭୁବନେଶ୍ୱରର ଜୋନ୍‌-୪ ଏସିପି ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ପରେଶ କୁମାର ରାଉତ । ଏସିପି ରାଜତ ରାୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପଟେ ଏସିପି ଶ୍ରୀ ରାୟ ଶନିବାର ଦିନ ଜୋନ୍‌-୩ ଦାୟିତ୍ୱ ନେବେ ବୋଲି ଜଣାପଡିଛି ।

ଜୋନ୍‌-୩ ଏସିପି ଥିବା ଭରତ ସାହୁ ଗତ ୨୧ ତାରିଖ ଦିନ ଖଣ୍ଡଗିରି ଥାନା ଆଇଆଇସି ପଦ୍ମନାଭ ପ୍ରଧାନଙ୍କୁ ଚାର୍ଜ ଦେଇ ତାଙ୍କ ବଦଳି ସ୍ଥାନକୁ ଯାଇଛନ୍ତି । ଶ୍ରୀ ରାଉତ କେନ୍ଦ୍ରାପଡ, ଭଦ୍ରକ ଓ ବାଲେଶ୍ୱର ଭଳି ଜିଲ୍ଳାରେ କାମ କରି ଅନେକ ସଫଳତା ପାଇଛନ୍ତି ।

Spread the love