ସଂସଦରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନଙ୍କ ପ୍ରଶ୍ନ: ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରାଳୟ କିଛି ରଣନୀତି ପ୍ରସ୍ତୁତ କରୁଛନ୍ତି କି? ଜାଣନ୍ତୁ କଣ କହିଲେ ମନ୍ତ୍ରୀ

ଭାରତୀୟ ରେଳର ପ୍ରତ୍ୟେକ ମେଲ ଓ ଏକ୍ସପ୍ରେସ ଟ୍ରେନରେ ଥିବା ୨/୩ଟି କୋଚ୍‌ ବା କମ୍ପାଟମେଣ୍ଟ ଗୁଡ଼ିକରେ ସାଧାରଣ ଯାତ୍ରୀଙ୍କ ପାଇଁ ଅସଂରକ୍ଷିତ ରଖାଯାଇଛି କି? ଯଦି ହଁ, ତେବେ ସେହି କୋଚ୍‌ ବା କମ୍ପାଟମେଣ୍ଟଗୁଡିକ ଅଧିକ ଭିଡ଼ ରହୁଥିବା ଓ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଆବଶ୍ୟକ ସୁବିଧା ପାଉ ନ ଥିବା ବିଷୟରେ ସରକାର ଅବଗତ ଅଛନ୍ତି କି? ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରାଳୟ କିଛି ରଣନୀତି ପ୍ରସ୍ତୁତ କରୁଛନ୍ତି କି? ଏବଂ ବାଲେଶ୍ୱର ରେଳ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ତଥ୍ୟ ସଂରକ୍ଷଣ ଓ ଟ୍ରେନର ଅସଂରକ୍ଷିତ କୋଚ ବା ବଗିଗୁଡ଼ିକରେ ଯାତ୍ରା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାର କୌଣସି ପ୍ରସ୍ତାବ ଅଛି କି ବୋଲି ବୁଧବାର କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ଏ ସମ୍ପର୍କିତ ପ୍ରସ୍ତାବ ସଂସଦରେ ବିଚାରାଧୀନ ରହିଛି ।
ସେ ଆହୁରି ମଧ୍ୟ କହିଲେ, ଯାତ୍ରାର ଚାହିଦା ବିଭିନ୍ନ ସମୟରେ ବଦଳିଥାଏ। ବିଶେଷ କରି ଗ୍ରୀଷ୍ଣଛୁଟି, ଶୀତକାଳୀନ ଛୁଟି, ପୂଜାଛୁଟି, ହୋଲି ଆଦି ସମୟରେ ଯାତ୍ରାର ଚାହିଦା ଅଧିକ ରହିଥାଏ। ଏହା ଉଭୟ ସଂରକ୍ଷିତ ଓ ଅସଂରକ୍ଷିତ କ୍ଷେତ୍ରରେ ସମାନ ଭାବେ ଦେଖା ଦେଇଥାଏ। ଟ୍ରାଫିକ୍‌ ବ୍ୟବସ୍ଥା, ପରିଚାଳନାଗତ ବ୍ୟବହାର ଓ ସମ୍ବଳ ଉପଲବ୍ଧତାକୁ ନେଇ ଟ୍ରେନର ସଂରଚନା କରାଯାଇଥାଏ। ସେହି ଅନୁସାରେ ଭାରତୀୟ ରେଳ ଜନସାଧାରଣ ଓ ପାସେଞ୍ଜର ଟ୍ରେନ୍‌ ଭଳି ଅସଂରକ୍ଷିତ ରେଳର ବ୍ୟବସ୍ଥା କରିଥାଏ। ଅସଂରକ୍ଷିତ କୋଚରେ ସିଟ୍‌, ପାଇଖାନା, ୱାସିଂବେସିନ୍‌, ଲଗେଜ ରଖିବା ପାଇଁ ସ୍ଥାନ ଆଦି ବ୍ୟାପକ ବ୍ୟବସ୍ଥା ରହିଛି

Spread the love