ଶ୍ରୀଜୀଉଙ୍କ ଦର୍ଶନ କଲେ କଙ୍ଗନା

ପୁରୀ, ୧୯/୨: ପୁରୀ ଗସ୍ତରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି ସେ । ଆଜି ସକାଳୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ପୁରୀ ଯାଇଥିଲେ । କଡା ସୁରକ୍ଷା ମଧ୍ୟରେ କଙ୍ଗନା ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ।ପୂର୍ବରୁ କଙ୍ଗନା ଓଡିଆ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଘୋଷଣା କରିଥିଲେ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସିଂହାରୀ ସେବାୟତ ଖଣ୍ଡୁଆ ଓ ମହାପ୍ରଭୁଙ୍କ ଫଟୋ ଦେଇ କଙ୍ଗନାଙ୍କୁ ସ୍ବାଗତ କରିଥିଲେ ।

Spread the love