ରିନ୍ୟୁ ହେଲାନି କଙ୍ଗନାଙ୍କ ପାସପୋର୍ଟ: ପଙ୍ଗା କ୍ୱିନଙ୍କୁ ମନେପଡିଲେ କିଶୋର କୁମାର-‘ପ୍ରକୃତ କଳାକୁ ସବୁବେଳେ…’

ମୁମ୍ବାଇ ୨୬/୦୬ : ବଲିଉଡର ‘ପଙ୍ଗା କ୍ୱିନ’ କଙ୍ଗନା ରଣାୱତ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ଛଡା ବିଭିନ୍ନ ପ୍ରସଙ୍ଗରେ ନିଜ ମତାମତ ରଖି ଚର୍ଚ୍ଚାରେ ରୁହନ୍ତି କଙ୍ଗନା। ବର୍ତ୍ତମାନ କପିରାଇଟ୍ ଉଲ୍ଲଂଘନ ମାମଲାରେ କଙ୍ଗନା ଚର୍ଚ୍ଚାରେ ଅଛନ୍ତି। ଅପରପକ୍ଷରେ ତାଙ୍କର ପାସପୋର୍ଟ ରିନ୍ୟୁ ପ୍ରସଙ୍ଗ ମଧ୍ୟ ସରଗରମ ରହିଛି। ଏତିକିବେଳେ କଙ୍ଗନା କିଶୋର କୁମାରଙ୍କୁ ମନେପକାଇଛନ୍ତି।

କଙ୍ଗନା କହିଛନ୍ତି ଯେ ତାଙ୍କ ପାସପୋର୍ଟ ରିନ୍ୟୁ କରାଯାଉ ନାହିଁ ଏବଂ ଏଭଳି ପରିସ୍ଥିତିରେ ସେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଛନ୍ତି। କିନ୍ତୁ କୋର୍ଟ କଙ୍ଗନାଙ୍କ ଶୁଣାଣି ସ୍ଥଗିତ ରଖିଛନ୍ତି। ଏନେଇ କଙ୍ଗନା ନିଜ ଇନଷ୍ଟା ଷ୍ଟୋରିରେ ଉଲ୍ଲେଖ କରି କିଶୋର କୁମାରଙ୍କୁ ମନେ ପକାଇଛନ୍ତି।

କଙ୍ଗନା ଅନୁଜ ଧରଙ୍କ ଏକ ଟ୍ୱିଟର ସ୍କ୍ରିନସଟ ନେଇ ନିଜ ଇନଷ୍ଟା ଷ୍ଟୋରିରେ ଲେଖିଛନ୍ତି, ‘ମୋର ପାସପୋର୍ଟକୁ ଗତକାଲି ମଧ୍ୟ ଦିଆଯାଇ ନାହିଁ କାରଣ କୋର୍ଟ ଆଦେଶ ଦେବା ପାଇଁ ବହୁତ ବ୍ୟସ୍ତ ଥିଲେ, ହଁ କୋର୍ଟ ସମାନ କଥା କହିଥିଲେ। ମୁଁ ଯେବେ ବି ପଛକୁ ବୁଲି ଦେଖେ ମୋତେ ଦେଖାଯାଏ ଯେ ପ୍ରକୃତ କଳାକୁ ସବୁବେଳେ ଫାସିଜିମ୍ ବିରୋଧରେ ଲଢ଼ିବାକୁ ପଡିଛି।

ଯେଉଁ ଟ୍ୱିଟରେ କଙ୍ଗନା ନିଜ କଥା କହିଛନ୍ତି ସେଥିରେ ଲେଖା ଅଛି, ‘ଏମର୍ଜେନ୍ସି ସମୟରେ କିଶୋର କୁମାରଙ୍କ ଗୀତ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ନିଷେଧ କରାଯାଇଥିଲା କାରଣ ସେ କଂଗ୍ରେସ ପାଇଁ ଗୀତ ଗାଇବାକୁ ମନା କରିଦେଇଥିଲେ। ଆଜି ଯାଏଁ କଂଗ୍ରେସ ଦଳର ସମର୍ଥକଙ୍କ ମଧ୍ୟରେ ଭାରତର ସବୁଠାରୁ ପ୍ରସିଦ୍ଧ ଗାୟକଙ୍କ ପାଇଁ ଅସନ୍ତୋଷ ନଜର ଆସିଛି।

ଆଗାମୀ ଦିନରେ କଙ୍ଗନାଙ୍କ ଥଲାଇଭି, ତେଜସ୍ ଓ ଧାକଡ ରିଲିଜ ହେବ। କରୋନା କଟକଣା ପାଇଁ ଥଲାଇଭି ରିଲିଜ ଡେଟ ସ୍ଥଗିତ କରାଯାଇଛି। ୩ଟି ଫିଲ୍ମରେ କଙ୍ଗନାଙ୍କ ଲୁକ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

Spread the love