କଙ୍ଗନାଙ୍କୁ ସୁନ୍ଦର ଉପହାର ପଠାଇଲେ କ୍ୟାଟ୍ରିନା-ଭିକି

ନୂଆଦିଲ୍ଲୀ ୧୨।୧୨ : ବଲିଉଡ୍‌ର ନୂଆ ନବ ଦମ୍ପର୍ତ୍ତ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ । ଗତ ୯ ଡିସେମ୍ବରରେ ରାଜସ୍ଥାନର ଚର୍ଚ୍ଚିତ ଦୁର୍ଗରେ ବିବାହ କରି ଚିରଦିନ ପାଇଁ ପରସ୍ପର ହାତ ଧରିଛନ୍ତି । ବିବାହ ପରେ, ଦମ୍ପତି ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ବିବାହ ଫଟୋ ଏବଚ ହଳଦୀର ଫଟୋ ସେୟାର କରିଛନ୍ତି । ଯାହା ଖୁବ୍‌ ଅଳ୍ପ ସମୟରେ ଭାଇରାଲ ହେବାରେ ଲାଗିଛି । ଏହା ବ୍ୟତୀତ ନବ ବିବାହିତ ଦମ୍ପତି ବଲିଉଡର ସେଲିବ୍ରେଟିମାନଙ୍କୁ ରିଟର୍ନ ଗିଫ୍ଟ ମଧ୍ୟ ପଠାଇଛନ୍ତି। ଏହି ସମୟରେ ବଲିଉଡର କଣ୍ଟ୍ରାଭର୍ସି କୁଇନ୍‌ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନିକଟରେ ମଧ୍ୟ ଏକ ଉପହାର ମଧ୍ୟ ପହଞ୍ଚିଛି। ଏହାକୁ ନେଇ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି ।

ତେବେ ବାସ୍ତବରେ କଙ୍ଗନା ରଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏକ କିଛି ଉପହାର ସହ ଅନେକ ଫୁଲ୍‌ ଦେଖିବାକୁ ମିଳୁଛି । ଏହା ସହିତ, ଇନଷ୍ଟା ଷ୍ଟୋରୀରେ ସେୟାର କରାଯାଇଥିବା ଫଟୋରେ କଙ୍ଗନା ଲେଖିଛନ୍ତି, ଭିକି କୌଶଲ ଠାରୁ ବହୁତ ସ୍ବାଦିଷ୍ଟ ଦେଶୀ ଘି-ଲଡୁ ଏବଂ କ୍ୟାଟ୍ରିନା କୈଫ ଆପଣଙ୍କୁ ଧନ୍ୟବାଦ ଏବଂ ଅନେକ ଅଭିନନ୍ଦନ.

କଙ୍ଗନା ରଣାୱତ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍‌ ରହିଥାନ୍ତି । ସେ ତାଙ୍କ ମନ୍ତବ୍ୟକୁ ନେଇ ସବୁବେଳେ କଣ୍ଟ୍ରୋଭର୍ସିରେ ରହିଥାନ୍ତି । କଙ୍ଗନା ରାନାୱତଙ୍କ ଆଗାମୀ ପ୍ରୋଜେକ୍ଟଗୁଡ଼ିକ ବିଷୟରେ କହିଲେ ତାଙ୍କର ଅନେକ ଫିଲ୍ମ ସାଇନ୍‌ କରିଛନ୍ତି । ଯେମିତି ତେଜସ୍‌ , ଧାକଡର ଫାଷ୍ଟ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଛି । ନିକଟରେ କଙ୍ଗନାଙ୍କ ଫିଲ୍ମ ଥଲାଇଭା ରିଲିଜ୍‌ ହୋଇସାରିଛି ।

Spread the love