ସ୍ବରା ଭାସ୍କରଙ୍କ ପ୍ରତି କଙ୍ଗନାଙ୍କ ଶୁଭେଚ୍ଛା ବାର୍ତ୍ତାକୁ ସହଜରେ ଗ୍ରହଣ କରୁନାହାନ୍ତି ପ୍ରଶଂସକ

ନୂଆଦିଲ୍ଲୀ: ବିବାଦୀୟ ରାଜନୈତିକ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସ୍ବରା ଭାସ୍କର ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଛନ୍ତି। ବିବାହ ସଂପର୍କିତ ଫଟୋ ଓ ଭିଡିଓ ସ୍ବରା ଗତକାଲି ଟ୍ବିଟ୍‌ କରିଛନ୍ତି। ସ୍ବରା-ଫହାଦଙ୍କ ବିବାହ ଗତମାସ ୬ ତାରିଖରେ ସ୍ବତନ୍ତ୍ର ବିବାହ ଆଇନ ଅଧୀନରେ କୋର୍ଟରେ ପଂଜିକୃତ ହୋଇଥିବା ସ୍ବରା ଉଲ୍ଲେଖ କରିଛନ୍ତି।

ତେବେ ସ୍ବରାଙ୍କ ବିବାହ ପରେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ଯାହାକୁ ଆଦୌ ହଜମ କରି ପାରୁନାହାନ୍ତି ପ୍ରଶଂସକ। ପୂର୍ବରୁ ଆମେ ସ୍ବରା ଓ କଙ୍ଗନାଙ୍କ ମଧ୍ୟରେ ଥିବା ତିକ୍ତତା ବିଷୟରେ ଜାଣିଛନ୍ତି। କଙ୍ଗନା ଏପରି ଅଚାନକ ସ୍ବରାଙ୍କ ପ୍ରତି ଭଲ ଭାବ ଦେଖାଇବାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ।ଆପଣ ଜାଣନ୍ତି ଯେ କଙ୍ଗନା ଓ ସ୍ବାରାଙ୍କ ମଧ୍ୟରେ ଅନେକ ଥର ବିଭିନ୍ନ କଥାକୁ ନେଇ ବିବାଦ ଦେଖିବାକୁ ମିଳିଛି। ତେବେ ଏହି ଶୁଭେଚ୍ଛା ବାର୍ତ୍ତା ଦେଇ କଙ୍ଗନା ଏକଥା ପ୍ରମାଣ କରିଛନ୍ତି ଯେ ସେ ସ୍ବରାଙ୍କ ସହ ସେ ଏବେ ସଂପର୍କ ଭଲ କରିବାକୁ ଚାହାନ୍ତି। କାରଣ ପୂର୍ବରୁ ଥରେ କଙ୍ଗନା କହିଥିଲେ ଯେ ବଲିଉଡ୍‌ରେ ତାଙ୍କର ଯିଏ ବି ସବୁ ଶତ୍ରୁ ଅଛନ୍ତି ସେ ସେମାନେ ସମସ୍ତଙ୍କ ସହ ଭଲ ସଂପର୍କ ରଖିବାକୁ ଚେଷ୍ଟା କରୁଛନ୍ତି।

କଙ୍ଗନା ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ତୁମେ ଦୁହେଁ ଖୁବ୍‌ ଆନନ୍ଦିତ ଦିଶୁଛ। ସବୁ ଈଶ୍ବରଙ୍କ କୃପା। ବିବାହ ହିଁ ମନରୁ ହୋଇଥାଏ, ଦୁନିଆରେ ବାକି ସବୁ ଲୋକ ଦେଖାଣିଆ।’ କଙ୍ଗନାଙ୍କ ଟ୍ବିଟ୍‌ ପୋଷ୍ଟ୍‌ ଏବେ ଖୁବ୍ ଜୋର୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କଙ୍ଗନାଙ୍କର ଏପରି ଶାଳୀନ ବ୍ୟବହାର, ଖୁବ୍ ସୁନ୍ଦର!’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆଗାମୀ ନମ୍ବର ଆପଣଙ୍କ ବୋଲି ମନେ ହେଉଛି।’

କିଛିଦିନ ତଳେ ସ୍ବରା ଫହାଦଙ୍କ ସହ ଏକ ଫଟୋ ସେୟାର କରିଥିଲେ ମଧ୍ୟ ବିବାହ ନେଇ କିଛି ଉଲ୍ଲେଖ କରିନଥିଲେ। ଗତକାଲି ସ୍ବରା ଏକ ଭିଡିଓ ପୋଷ୍ଟ୍‌ କରି କହିଛନ୍ତି- ‘କେବେ କେବେ ଆପଣ ଯାହାଙ୍କୁ ପୂରା ବିଶ୍ବରେ ଖୋଜୁଥିବେ, ସେ ଆପଣଙ୍କ ଅତି ନିକଟରେ ଥିବେ। ଆମେ ଏବେ ପରସ୍ପରକୁ ପାଇଛୁ। ମୋ ହୃଦୟରେ ତୁମକୁ ସ୍ବାଗତ କରୁଛି ଫହାଦ ଅହମ୍ମଦ । ଏହା ବହୁତ ଅଶାନ୍ତ ଥିଲେ ମଧ୍ୟ ଏହା ତୁମର।’

Spread the love