ଇନ୍ଦିରା ଗାନ୍ଧୀ ଗେଟ୍‌ଅପ୍‌ରେ ନଜର ଆସିଲେ କଙ୍ଗନା

ମୁମ୍ବାଇ ୧୪।୦୭: କଙ୍ଗନା ରାଣାୱତଙ୍କ ଫିଲ୍ମ ଏମର୍ଜନସିର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଥିଲା । ହେଲେ ବର୍ତ୍ତମାନ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ୟୁଟ୍ୟୁବରେ ୧.୨୧ ସେକେଣ୍ଡର ଫାଷ୍ଟ ଲୁକ୍‌ରେ କଙ୍ଗନା ରାନାୱତ ଇନ୍ଦିରା ଗାନ୍ଧୀଙ୍କ ଗେଟଅପ୍ ରେ ଡାଏଲଗ୍‌ କହୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଲୁକକୁ ଦେଖିବା ମାତ୍ରେ ବହୁତ ପ୍ରଶଂସା କରାଯାଉଛି । ଏବଂ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ଫିଲ୍ମର ଟିଜର ଏକ ଫୋନ୍ କଲ୍‌ରୁ ଆରମ୍ଭ ହୋଇଛି । କଙ୍ଗନାଙ୍କୁ ପଛରୁ ଦେଖିବାକୁ ମିଳିଛି । ଏଥିରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଛନ୍ତି।  କଙ୍ଗନାଙ୍କ ଲୁକ୍‌କୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ କଙ୍ଗନା ଏହି ଫିଲ୍ମ ବିଷୟରେ ବହୁତ କିଛି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ପ୍ରାୟ ଏକ ବର୍ଷ ଧରି ଏହା ଉପରେ କାଯ୍ୟ କରୁଛି। ବର୍ତ୍ତମାନ ମୋତେ ଲାଗୁଛି ଯେ ଏହି ଚଳଚ୍ଚିତ୍ର ପାଇଁ ମୋ ଅପେକ୍ଷା ଭଲ ନିର୍ଦ୍ଦେଶକ ହୋଇପାରିବେ ନାହିଁ। ଯେତେବେଳେ କଙ୍ଗନା ଫିଲ୍ମ ଏମର୍ଜନସିର ଲୁକ୍ ଟେଷ୍ଟର ଫଟୋ ସେୟାର କରିଥିଲେ,ତାହାର ବହୁତ ମଜାକ୍‌ ଉଡା ଯାଇଥିଲା । ହେଲେ ଏବେ ଏହାର ବହୁତ ପ୍ରଶଂସା କରାଯାଉଛି । କଙ୍ଗନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ମଣିକର୍ଣ୍ଣିକାଙ୍କ ପରେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହା ହେଉଛି ଦ୍ୱିତୀୟ ଫିଲ୍ମ। ଯାହା ୨୦୨୩ ରେ ରିଲିଜ୍‌ ହେବ । ଏହା ହେଉଛି ରାଜନୈତିକ ଡ୍ରାମା ଉପରେ ଆଧାରିତ।

Spread the love