ନିଜର ରୋକ୍‌ଠୋକ୍‌ କଥା ପାଇଁ ପ୍ରାୟ ୨୦ରୁ ୨୫ଟି ବ୍ରାଣ୍ଡ୍‌ରୁ ବାହାରି ଯାଇଛନ୍ତି କଙ୍ଗ୍‌ନା

ମୁମ୍ବାଇ: ନିଜର ସାହସିକତା ପାଇଁ ବଲିଉଡ୍‌ରେ ଅଭିନେତ୍ରୀ କଙ୍ଗ୍‌ନା ରାଣାୱତଙ୍କର ରହିଛି ଏକ ଭିନ୍ନ ପରିଚୟ। ସେ ନିଜର ମତ ରଖିବା ପାଇଁ କେବେ ଚିନ୍ତା କରନ୍ତି ନାହିଁ। ତାଙ୍କ ମନକୁ ଯାହା ବି ଆସେ, ସେ ତାହାକୁ ବିନା ଦ୍ବିଧାରେ କହିଥାନ୍ତି। ଆପଣ ହୁଏତ ଜାଣନ୍ତି ନାହିଁ, ଏଥିପାଇଁ କଙ୍ଗନାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ବି ହେବାକୁ ପଡ଼ିଛି। ଏପରିକି ତାଙ୍କ ଖୋଲା ମତ ପାଇଁ ସେ ପ୍ରାୟ ୨୦ରୁ ୨୫ଟି ବ୍ରାଣ୍ଡ୍‌ରୁ ବାହାରି ଯାଇଛନ୍ତି। ଭୁଲ୍‌କୁ ଭୁଲ୍‌ କହିବାକୁ ଡରୁନଥିବା କଙ୍ଗନାଙ୍କୁ ତାଙ୍କର ଏହି ସାହସିକତା ପାଇଁ ବହୁତ କିଛି ଭରଣା କରିବାକୁ ପଡ଼ିଛି। ଏ ନେଇ ଅନେକ ଥର କଙ୍ଗନା ଖୁଲାସା କରିଛନ୍ତି।

ତେବେ ନିକଟରେ ଟ୍ବିଟର୍‌ର ମାଲିକ କହିଥିଲେ ଯେ ସେ ଯାହା କହିବାକୁ ଚାହାନ୍ତି ତାହାକୁ କହିକରି ହିଁ ରହିବେ। ଏଥିପାଇଁ ତାଙ୍କୁ କ୍ଷତି ସହିବାକୁ ପଡ଼ିଲେ ବି ପଡୁ ପଛେ। ତେବେ ମସ୍କଙ୍କର ଏହ କଥାକୁ ସମର୍ଥନ କରିଥିଲେ କଙ୍ଗନା। ବାକ୍‌ ସ୍ବାଧୀନତା ସମସ୍ତଙ୍କ ନିକଟରେ ରହିଛି ବୋଲି କହୁଥିବା କଙ୍ଗନା କହିଥିଲେ କି ତାଙ୍କର ଏହି ଗୁଣ ପାଇଁ ତାଙ୍କୁ ରାତାରାତି ୨୦ରୁ ୨୫ଟି ବ୍ରାଣ୍ଡ୍‌ରୁ ବାହାର କରି ଦିଆଗଲା। ତାଙ୍କ ହାତରୁ ଅନେକ ବିଜ୍ଞାପନ ଛଡ଼ାଇ ନିଆଗଲା। ଯେଉଁ କାରଣରୁ ପ୍ରତିବର୍ଷ ୩୦ରୁ ୪୦ କୋଟି ଟଙ୍କା କ୍ଷତି ସହୁଛନ୍ତି କଙ୍ଗନା। ତେବେ ମସ୍କଙ୍କ ପରି କଙ୍ଗନା ବି ବିଶ୍ବାସ କରନ୍ତି ଯେ କ୍ଷତି ଭୟରେ ନିଜ ମତକୁ ଚାପି ଦେବା ଅନୁଚିତ।

Spread the love