କାର୍ଯ୍ୟାଳୟ ଭଙ୍ଗା ଘଟଣାରେ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କଲେ କଙ୍ଗନା

ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣାରେ ନେଇ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି କଙ୍ଗନା। ବିଏମ୍‌ସି ତାଙ୍କ କାର୍ଯ୍ୟାଳୟକୁ ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ଦେଇଥିବା ଦର୍ଶାଇ କଙ୍ଗନା ଏପରି ଦାବି କରିଛନ୍ତି। ସେପ୍ଟେମ୍ବର ୯ ତାରିଖରେ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପ୍ରସଂଗରେ ସେ ରାଜ୍ୟର ଶାସକ ଦଳ ଶିବସେନା ଉପରେ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି।

ବିଏମସି ମୁମ୍ବାଇସ୍ଥିିତ ତାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍ ଅଫିସ୍‌ ଭାଙ୍ଗିବା ପରେ ସେ ବମ୍ବେ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ। କଙ୍ଗନା ୧୪ଟି ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ ବିଏମ୍‌ସି ଏକ ତାଲିକା ପ୍ରସ୍ତୁତ କରିଥିଲା। କଙ୍ଗନା ବମ୍ବେ ହାଇକୋର୍ଟରେ କ୍ଷତିପୂରଣ ବାବଦକୁ ୨ କୋଟି ଦାବି କରିବା ସହ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ସ୍ବର ଉଠାଇବାର ଏହା ଫଳାଫଳ ବୋଲି କହିଛନ୍ତି।

ମୁମ୍ବାଇକୁ ପାକ୍‌ ଅଧିକୃତ କଶ୍ମୀର ସହ ତୁଳନାରେ କରିବା ପରେ ବିବାଦରେ ଫସି ରହିଛନ୍ତି କଙ୍ଗନା। ମୁମ୍ବାଇ ତାଙ୍କୁ ପିଓକେ ପରି ଲାଗୁଛି ବୋଲି କହିିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ତୀବ୍ର ବିରୋଧ କରିବା ସହ ତାଙ୍କର ନିିନ୍ଦା କରିଥିଲେ।ବିଏମ୍‌ସି ପ୍ରଥମେ କଙ୍ଗନାଙ୍କ କାର୍ଯ୍ୟାଳୟ ଏକ ନୋଟିସ୍‌ ଝୁଲାଇ ମାତ୍ର ୨୪ ଘଣ୍ଟାର ମହଲତ ଦେବା  ପରଦିନ ଯାଇ କାର୍ଯ୍ୟାଳୟକୁ ଭାଙ୍ଗିବା ଆରମ୍ଭ କରିଥିଲା। କଙ୍ଗନା ତାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକ୍‌ରେଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରି ଏକ ଭିଡିଓ ଜାରି କରିଥିଲେ। ଯେଉଁ ଭିଡିଓରେ କଙ୍ଗନା କହିଥିବାର ଦେଖିବାକୁ ମିଳିଥିଲା ‘ଉଦ୍ଧବ ଠାକ୍‌ରେ ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଗର୍ବ ଭାଙ୍ଗିବ’। ଏଥିସହ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଏମସି କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଆଣିବାରେ ସକ୍ଷମ ହୋଇଥିଲେ। ମାତ୍ର ରହିତାଦେଶ ଆସିବା ବେ‌ଳକୁ କଙ୍ଗନାଙ୍କ ଅଫିସର ଏକ ବଡ଼ ଅଂଶ ଭଙ୍ଗା ସରିଥିଲା।

Spread the love