କାଂଶବାଂଶ ମଣ୍ଡଳ ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର

ବାଲେଶ୍ଵର, କାଂଶ ବାଂଶ ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ୨ ଦିନିଆ ପଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସୋର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ରାକେଶ ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ପାଣି ମଞ୍ଚ ସଞ୍ଚ।ଳନ କରିଥିଲେ। ସେହିପରି ପ୍ରଶିକ୍ଷକ ଭାବେ ଭୋଳା ନାଥ ପାତ୍ର ଯୋଗଦେଇଥିଲେ। ଏହାସହ, ଅଙ୍କିତ ପ୍ରସାଦ ଦାସ, ନାରାୟଣ ସାହୁ, ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ଯୋଗଦେଇ ଭାରତର ବିକାଶ, ରାଷ୍ଟ୍ରିୟା ସୁରକ୍ଷା ଆଦି ଉପରେ ବହୁ ମୂଲ୍ୟ ତଥ୍ୟ ରଖିଥିଲେ।

Spread the love