କଣ୍ଟାବାଞ୍ଜି ସହର ପାଇଁ ୨.୫ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବିତ କଲେ ମୁଖ୍ୟମନ୍ତ୍ରୀ

କଣ୍ଟାବାଞ୍ଜି ୧୯/୧୨ : କଣ୍ଟାବାଞ୍ଜି ସହର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ କରିଛନ୍ତି । ଏନେଇ କଣ୍ଟାବାଞ୍ଜି ବିଜେଡି କାର୍ଯ୍ୟଳୟରେ ଦଳର ନେତା ଅଜୟ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସହରର ଉନ୍ନତି କରଣ ପାଇଁ ସମୁଦାୟ ୨୨ ଟି ପ୍ରକଳ୍ପ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି  । ପ୍ରକଳ୍ପ ମଧ୍ୟରେ ୧୫ ଲକ୍ଷ ରେ ୨ ଟି କ୍ଷୁଦ୍ର ଉଦ୍ୟାନ, ୬୭ ଲକ୍ଷ ରେ ୭ଟି ପବ୍ଲିକ ଜିମ୍, ୧୫ ଲକ୍ଷରେ ୨ ଟି ଶିଶୁ କ୍ରୀଡା ଉଦ୍ୟାନ, ୧କୋଟି ୫ ଲକ୍ଷରେ ୭ ଟି ସ୍ଥାନରେ ଚାଲିବା ରାସ୍ତା, ୧୪ ଲକ୍ଷରେ ୪ଟି ଶୌଚାଳୟ, ୩୪ ଲକ୍ଷରେ ଗୋଟିଏ ଭେଣ୍ଡିଙ୍ଗ ଜୋନ ଭଳି ପ୍ରକଳ୍ପ ରହିଛି ଯାହା କଣ୍ଟାବାଞ୍ଜି ଜନସାଧାରଣଙ୍କ କାମରେ ଆସିବ । କଣ୍ଟାବାଞ୍ଜି ସହରବାସୀଙ୍କ ପାଇଁ ଏକ ପ୍ରକାର ନୂଆବର୍ଷ ଭେଟି ଦେଇଥିବାରୁ ବିଜେଡି ନେତା ଅଜୟ ଦାସ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ସମ୍ପାଦକ ଶାନ୍ତନୁ ବେହେରା, ନଗର କାର୍ଯ୍ୟକାରୀ ସଭାପତି ଦେବାର ବାରିକ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦେବରାଜ ଯାଦବ, ମହିଳା ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖରସେଲ, ନଗର ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ସସ୍ମିତା ଦଣ୍ଡସେନା, ବିଜେଡି ନେତା ପ୍ରମୋଦ କର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love