କଣ୍ଟାବାଞ୍ଜିରେ ତିଆରି ହେବ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର୍ ଷ୍ଟାଡିୟମ

କଣ୍ଟାବାଞ୍ଜି, ୦୯/୦୧: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ  ପାଇଁ ରବିବାର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଭୂମି ପୂଜନ କରିଥିଲେ ।

କଣ୍ଟାବାଞ୍ଜି ସରକାରୀ ବାଳିକା ହାଇସ୍କୁଲ ପଛ ପଟେ ୬ କୋଟି ୩୪ ଲକ୍ଷ ବ୍ୟୟ ଅଟକଳରେ ଏହି  ଷ୍ଟାଡିୟମ ତିଆରି ହେବ । ଏହି ଅଞ୍ଚଳରେ ଖେଳାଳିମାନଙ୍କ ପାଇଁ କିଛି ସୁବିଧା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଖେଳାଳି ଏବଂ ଏ ଅଞ୍ଚଳର ଦାବି ପୂରଣ କରି ଇନଡୋର ଷ୍ଟାଡିୟମ ତିଆରି ପାଇଁ ଘୋଷଣା କରିଥିଲେ ।

ତେବେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜନ କରାଯାଇଛି । ଇନଡୋର ଷ୍ଟାଡିୟମ ତିଆରି ହେବା ଯୋଗୁଁ ଖେଳାଳିମାନେ ଅନେକ ସୁବିଧା ପାଇବେ । ଖେଳାଳି ମାନେ ନିଜ ଖେଳରେ ଉତ୍ତମ ପ୍ରଦର୍ଶନ କରି ଯେମିତି ରାଜ୍ୟ ତଥା ରାଜ୍ୟ ବାହାରେ ନାଁ ରଖିବେ ସେନେଇ ଫୋକସ୍ କରାଯିବ ବୋଲି ମନ୍ତ୍ରୀ କହିଥଛନ୍ତି । ତେବେ କଣ୍ଟାବାଞ୍ଜି ସହରରେ ଇନଡୋର ଷ୍ଟାଡିୟମ ତିଆରି ହେଉଥିବାରୁ ଅଞ୍ଚଳବାସୀ ମଧ୍ୟ ଖୁସିବ୍ୟକ୍ତ କରୁଛନ୍ତି ।

Spread the love