କାଉଡି ଯାତ୍ରାର କଡ଼ା ନିୟମ

ଚାଲିଛି ଶ୍ରାବଣ ମାସ । ଆରମ୍ଭ ହୋଇଛି କାଉଡିଆଙ୍କ ପାଣି ଭାର ଯାତ୍ରା । ଯଦି ଆପଣ କାଉଡି ଯାତ୍ରାରେ ଯାଉଛନ୍ତି ତେବେ କିଛି କଡା ନିୟମ ରହିଛି ଯାହାକୁ ମାନିବା ନିହାତି ଦରକାର । ଯଦି ଏହି ନିୟମ ମାନିବେ ନାହିଁ, ତେବେ ଆପଣଙ୍କୁ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡିବ ।

କାଉଡି ଯାତ୍ରା ଅତ୍ୟନ୍ତ କଷ୍ଟକର ବୋଲି କୁହାଯାଏ । କାଉଡି ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଅନେକ ନିୟମ ପାଳନ କରିବାକୁ ପଡିଥାଏ କାଉଡି ଯାତ୍ରା ।
କୁହାଯାଏ ଯେ କାଉଡି ଯାତ୍ରା କରି ଶିବଲିଙ୍ଗ ଉପରେ ପାଣି ଢ଼ାଳିଲେ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ଆସନ୍ତୁ ଜାଣିବା କାଉଡି ଯାତ୍ରା କୁ ନେଇ କଣ କଡ଼ା ନିୟମ ରହିଛି ..

ପବିତ୍ର ଶ୍ରାବଣ ମାସ ରେ ପ୍ରତେକ ଶିବ ଭକ୍ତ ନିଜ ଇଛା ପୂର୍ଣ୍ଣ ପାଇଁ ଶିବ ଲିଙ୍ଗ ରେ ଜଳ ଢାଳିଥାନ୍ତି । ଏହି ସମୟରେ ଶିବଙ୍କ ଭକ୍ତ ଗଙ୍ଗା କୂଳରୁ କଳସ ରେ ଗଙ୍ଗା ଜଳ ଭର୍ତ୍ତି କରି କାନ୍ଧରେ ପକାଇ ମନ୍ଦିର କୁ ଖାଲି ପାଦ ରେ ଚାଲିକି ଆସି ଥାନ୍ତି । ଏହି ପାଣି କୁ ଶିବଲିଙ୍ଗ ଉପରେ ଢାଳନ୍ତି । ଖାଲି ପାଦ ରେ ଏତେ ଦୂର ଚାଲିବ କରାଣରୁ ଏହି ଯାତ୍ରା ଅତ୍ୟନ୍ତ କଷ୍ଟକର ବୋଲି ବିବେଚନା କରାଯାଏ। ଏହି ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଅନେକ ନିୟମ ପାଳନ କରିବାକୁ ପଡିଥାଏ ।

କାଉଡି ଯାତ୍ରା କେବେ ଆରମ୍ଭ ହେଲା?
ବିଶ୍ୱାସ ଅନୁଯାୟୀ ପ୍ରଭୁ ପର୍ଶୁରାମ ପ୍ରଥମେ କାଉଡି ଯାତ୍ରା ଆରମ୍ଭ କରିଥିଲେ। ପର୍ଶୁରାମ ଗଢ଼ମୁକ୍ତେଶ୍ଵର ଧାମରୁ ଗଙ୍ଗା ଜଳ ଆଣିଥିଲେ । ଏହାକୁ ୟୁପିର ବାଗପାଟ ନିକଟରେ ଅବସ୍ଥିତ ମହାଦେବ’କୁ ଅଭିଷେକ କରିଥିଲେ। ସେତେବେଳେ ଶ୍ରାବଣ ମାସ ଚାଲିଥିଲା ​​| ବିଶ୍ୱାସ କରାଯାଏ ଯେ ଶ୍ରବଣ କୁମାର ତାଙ୍କ ପିତାମାତାଙ୍କ ଇଚ୍ଛା ପୂରଣ କରିବା ପାଇଁ ତାଙ୍କୁ କାଉଡି ରେ ବସି ହରିଦ୍ୱାରର ଗଙ୍ଗାରେ ସ୍ନାନ କରିଥିଲେ। ଏହା ସହିତ ଶ୍ରବଣ କୁମାର ଫେରିବା ସମୟରେ ଗଙ୍ଗାଜଳ ଆଣିଥିଲେ ଏବଂ ଏହି ପାଣି ସହିତ ସେ ମହାଦେବଙ୍କର ଜଲାବିଶେକ କରିଥିଲେ। କୁହାଯାଏ ଯେ ଏହା ପରେ କାଉଡି ଯାତ୍ରା ଆରମ୍ଭ ହୋଇଥିଲା।

କାଉଡି ଯାତ୍ରାର ନିୟମ ଜାଣନ୍ତୁ :

-କାଉଡି ଯାତ୍ରା ସମ୍ବନ୍ଧରେ କିଛି ନିୟମ ଅଛି ଯାହା ବହୁତ କଷ୍ଟକର । କାଉଡି ଯାତ୍ରା ସମୟରେ, କାଉଡିଆମାନେ ସେମାନଙ୍କର କାଉଡିକୁ ଭୂମିରେ ରଖିପାରିବେ ନାହିଁ।

-କାଉଡି ଯାତ୍ରା ସମୟରେ ସ୍ନାନ ନକରି କାଉଡି କୁ ଛୁଇଁବା ସମ୍ପୂର୍ଣ୍ଣ ନିଷେଧ।

– ଯାତ୍ରା ସମୟରେ କାଉଡିଆମାନେ କୌଣସି ପ୍ରକାରର ମଦ୍ୟପାନ କରନ୍ତି ନାହିଁ ଯେପରିକି ଭାଙ୍ଗ , ମଦ ଇତ୍ୟାଦି । ଏହା ସହିତ ମାଂସ, ମାଛ ପରି କୌଣସି ପ୍ରକାରର ତାମସିକ ଖାଦ୍ୟ ଖାଇ ପାରିବେ ନାହିଁ।

– ଯାତ୍ରା ସମୟରେ କାଉଡିଆମାନେ କାଉଡିକୁ କୌଣସି ଗଛ ତଳେ ରଖିପାରିବେ ନାହିଁ। ଏହାକୁ ଏପରି ସ୍ଥାନରେ ରଖାଯାଏ ଯେ ଏହା ଭୂମି ସ୍ପର୍ଶ କରିବା ନାହିଁ ।

– କାଉଡିଆମାନେ କୌଣସି ଶୃଙ୍ଗାର ଜିନିଷ ବ୍ୟବହାର କରିପାରିବେ ନାହିଁ ।

– କାଉଡିଆମାନେ ସେମାନଙ୍କର କାଉଡିକୁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦେଇପାରିବେ ନାହିଁ । ଯିଏ ଯାତ୍ରା ଆରମ୍ଭ କରିଛନ୍ତି ତାଙ୍କୁ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ପଡିବ ।

Spread the love