କପଲଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ ଏହାର ମୂଲ୍ୟ କେତେ ହେବ?

ବିମାନ ଯାତ୍ରା ସମୟରେ ଅନେକ ନିୟମ ଅଛି ଯାହାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ । ଯାତ୍ରା ସମୟରେ ବିମାନରେ ରୋମାନ୍ସ କରିବା କଷ୍ଟକର ହୋଇପଡେ । ତା’ପରେ କପଲଙ୍କ ଅନ୍ତରଙ୍ଗ ମୂହୂର୍ତ୍ତ ବିଷୟରେ ଚିନ୍ତା କରିବା ବୋକାମି କାର୍ଯ୍ୟ । ହେଲେ ବର୍ତ୍ତମାନ ପରିସ୍ଥିତିରେ ଏୟାରଲାଇନ୍ସ ଆଣିଛି ଏମିତି ଅଫର ।

ଯାହା ଅଧୀନରେ ଆପଣ କେବଳ ପ୍ରେମ କରିବାର ସ୍ୱାଧୀନତା ପାଇବେ ନାହିଁ ବରଂ ଗୋପନୀୟତାର ମଧ୍ୟ ଯତ୍ନ ନିଆଯିବ । ଆମେରିକାର ଲସ୍ ଭେଗାସ୍ ଏୟାରଲାଇନ୍ସ ଦମ୍ପତ୍ତିଙ୍କ ପାଇଁ ଏହି ସ୍ୱତ୍ନନ୍ତ୍ର ଯୋଜନା କରିଛି । ପ୍ରେମ ସପ୍ତାହ ଚାଲୁଥିବାରୁ ଏପରି ଏକ ନିଆରା ଯୋଜନା ପ୍ରସ୍ତୁତ କରିଛି ଏୟାର ଲାଇନ୍ସ । ଯୋଜନାରେ ବିମାନ ସେବାରେ ଦିଆଯିବ ୪୫ ମିନିଟର ଅବଧି ।

ବିଶେଷ କଥା ହେଉଛି କମ୍ ଟଙ୍କା ଦେଇ ମଧ୍ୟ ଆକାଶରେ ରୋମାନ୍ସ କରିବାର ସ୍ୱପ୍ନ ପୂରଣ ହୋଇପାରିବ । ଏହି ଯୋଜନା ପାଇଁ ଆପଣଙ୍କୁ ପ୍ରାୟ ୭୪ ହଜାର ଟଙ୍କା ଦେବାକୁ ପଡିବ । ବିମାନ ସେବା ଅନୁଯାୟୀ ଏହି ବିମାନରେ ଅଲଗା କୋଠରୀ ଭଳି ସୁବିଧା ରହିବ । ଏମିତିକି ବିମାନରେ ଥିବା ପାଇଲଟ୍ ହେଡଫୋନ୍ ପିନ୍ଧିବେ ଏବଂ ଉଡ଼ାଣ ସମୟରେ କୌଣସି ଯାତ୍ରୀଙ୍କୁ ବିଚଳିତ କରିବେ ନାହିଁ ।

ଏଥିରେ ଏକ ନିୟମ ମଧ୍ୟ ଅଛି ଯେ ପାଇଲଟ କକପିଟରୁ ବାହାରକୁ ଯିବେ ନାହିଁ । ଏହି ଯୋଜନା ଆଣିଥିବା କମ୍ପାନୀର ନାମ ହେଉଛି ‘ଲଭ୍ କ୍ଲାଉଡ୍’ । କମ୍ପାନୀ କହିଛି ଯେ ଏହି ଅନନ୍ୟ ଅନୁଭୂତି ପ୍ରଦାନ କରି ଏହା କପଲଙ୍କ ସମ୍ପର୍କକୁ ମଧୁର କରିବା ମୂଳ ଲକ୍ଷ୍ୟ । କମ୍ପାନୀ ଆହୁରି ମଧ୍ୟ ଯୋଜନା କରିଛି ଯେ ଟିକିଏ ଅଧିକ ଦେୟ ଦେଲେ ବିବାହ ମଧ୍ୟ ଆକାଶରେ ହେବ । ଏହା ସହିତ, କିଛି ଲୋକଙ୍କ ଖାଦ୍ୟ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Spread the love