ବିଦ୍ରୋହୀ ବିଧାୟକ ବଦଳାଇଲେ ଠିକଣା, ମୁମ୍ବାଇରୁ ଗଲେ ଗୋଆ
କର୍ଣ୍ଣାଟକ ସରକାର ପାଇଁ ସଙ୍କଟ ଆହୁରି ବଢ଼ିଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବିଦ୍ରୋହୀ ବିଧାୟକମାନେ ଏବେ ଠିକଣା ପରିବର୍ତ୍ତନ କରିଛନ୍ତି । ବେଙ୍ଗାଲୁରୁ ଠାରୁ ମୁମ୍ବାଇ ଯାଇଥିବା ବିଧାୟକ ମାନେ ଗୋଆ ଅଭିମୁଖେ ଯାତ୍ରା କରିଛନ୍ତି । ପଦ ଏବଂ ପାର୍ଟିରୁ ଇସ୍ତଫା ଦେବା ପରେ ବିଦ୍ରୋହୀ ବିଧାୟକମାନେ ମୁମ୍ବାଇର ସୋଫିଟେଲ ହୋଟେଲରେ ରହୁଥିଲେ । ଶେଷରେ ଏହି ବିଧାୟକମାନେ ଗୋଆ ଅଭିମୁଖେ ବାହାରିଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ ୟେଦୁରେପ୍ପା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଇସ୍ତଫା ମାଗିଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଦ୍ରୋହୀ ବିଧାୟକ ମାନେ ମୁମ୍ବାଇରୁ ଗୋଆ ଅଭିମୁଖେ ବାହାରିଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ମନ୍ତ୍ରୀପଦ ଦେବାକୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜୀ ପରମେଶ୍ୱରଙ୍କ ପ୍ରସ୍ତାବ ପ୍ରଭାବିତ ହୋଇପାରି ନାହିଁ । ହୋଟେଲରେ ସୋମବାର ସକାଳୁ ଆୟୋଜିତ ବୈଠକରେ କର୍ଣ୍ଣାଟକର ବିଦ୍ରୋହୀ ବିଧାୟକ ମାନେ କହିଥିଲେ ଯେ, ବର୍ତ୍ତମାନ ସରକାରରେ ମନ୍ତ୍ରୀ ହେଲେ ମଧ୍ୟ କୌଣସି ଲାଭ ନାହି । କାରଣ କଂଗ୍ରେସ ସରକାରକୁ ସହଜରେ ଦୁର୍ବଳ କରାଯାଇପାରିବ ।
ଜଣେ ବିଧାୟକ କହିଛନ୍ତି, ସେ ଉପସ୍ଥାପନ କରିଥିବା ପ୍ରସ୍ତାବକୁ ଖାରଜ କରି ଦିଆଯାଇଛି ଏବଂ ନିଜର ଇସ୍ତଫାକୁ ନେଇ ବହୁତ ରୁଢ଼ୀ ଦେଖାଯାଇଛନ୍ତି । ସେ କହିଛନ୍ତି, ବିଜେପି ନେତୃତ୍ୱରେ ଗଢ଼ାଯିବାକୁ ଥିବା ନୂତନ ସରକାରରେ ଅଂଶଗ୍ରହଣ କରିବାକୁ ଚାହାନ୍ତି । ଏହା ପରେ ମେଣ୍ଟ ନିଜର ସଙ୍କଟମୋଚନ କହୁଥିବା ନେତା ଶିବକୁମାରଙ୍କୁ ଦାୟିତ୍ୱ ଦେଇଥିଲା ଯେ, ବିଦ୍ରୋହୀ ବିଧାୟକଙ୍କୁ ବୁଝାସୁଝା କରନ୍ତୁ । ଏହା ପୂର୍ବରୁ କୁହାଯାଉଥିଲା ଯେ, ବିଦ୍ରୋହୀ ବିଧାୟକ ମାନେ ମୁମ୍ବାଇର ବାନ୍ଦ୍ରା କୁର୍ଲାସ୍ଥିତ ସୋଫିଟେଲ ହୋଟେଲରେ ରହୁଥିବା ବେଳେ ବିଜେପି ନେତାମାନେ ସେମାନଙ୍କ ଉପରେ ନଜର ରଖିଥିଲେ ।