ଆଜି କାର୍ତ୍ତିକ ପୂର୍ଣ୍ଣିମା

୧୨ ମାସରେ ୧୩ ପର୍ବ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅନ୍ୟତମ। ଏହି ଅବସରରେ ସକାଳୁ ଉଠି ଡଙ୍ଗା ଭସାଇବାର ପରମ୍ପରା ରହିଛି। ଲୋକମାନେ ମନ୍ଦିର ଯାଇ ବିଭିନ୍ନ ଜଳାଶୟ ମାନଙ୍କରେ କଦଳୀ ପାଟୁଆ ଓ ସୋଲରେ ତିଆରି ଡଙ୍ଗା ଭସାଇଛନ୍ତି। ଆ-କା-ମା-ବୈ, ପାନ ଗୁଆ ଥୋଇ। ପାନ ଗୁଆ ତୋର ମାସିକ ଧରମ ମୋର। ଏହି ଗୀତ ଗାଇ ଡଙ୍ଗା ଭସାଇଛନ୍ତି। ଏହା ସହ ଦର୍ଶନ କରି ଭଗବାନଙ୍କ ଆଶିଷ ଲାଭ କରିଛନ୍ତି। ଡଙ୍ଗା ଭସାଇବା ପାଇଁ ଭୁବନେଶ୍ୱର ବିନ୍ଦୁସାଗରରେ ଲୋକଙ୍କ ଭିଡ ଜମିଛି।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି। ଆଜି ମହାପ୍ରଭୁ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ। ମଙ୍ଗଳ ଆଳତି ଅବକାଶ ନୀତି ପରେ ଏହି ବେଶରେ ସଜ୍ଜିତ ହେବେ ମହାପ୍ରଭୁ। ଆଜି ମଧ୍ୟ କାର୍ତ୍ତିକ ମାସରେ ଶେଷ ଦିନ। କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରଣୀରେ ଡଙ୍ଗା ଭସାଇବା ଓ ବୁଡ ପକାଇବା ପାଇଁ ଭକ୍ତଙ୍କ ସମାଗମ ହୋଇଛି। ତେବେ କରୋନା କଟକଣା ପାଇଁ ଭକ୍ତମାନେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ମନ୍ଦିର। ସ୍ୱତନ୍ତ୍ର ନୀତିକାନ୍ତି। ଆଜି ମହାପ୍ରଭୁ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ। ମଙ୍ଗଳ ଆଳତି ଅବକାଶ ନୀତି ପରେ ଏହି ବେଶରେ ସଜ୍ଜିତ ହେବେ ମହାପ୍ରଭୁ। ଆଜି ମଧ୍ୟ କାର୍ତ୍ତିକ ମାସରେ ଶେଷ ଦିନ। କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରଣୀରେ ଡଙ୍ଗା ଭସାଇବା ଓ ବୁଡ ପକାଇବା ପାଇଁ ଭକ୍ତଙ୍କ ସମାଗମ ହୋଇଛି। ତେବେ କରୋନା କଟକଣା ପାଇଁ ଭକ୍ତମାନେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ମନ୍ଦିର।

Spread the love