କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା, ସୁରକ୍ଷା ଦାୟିତ୍ୱରେ ରହିବେ ୫୦ ପ୍ଲାଟୁନ ଫୋର୍ସ

ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ଏଣୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ ରହିବେ ବୋଲି ସୂଚନା ଦେଇଛନ୍ତି ଏସପି। ସେହିପରି ମହାପ୍ରଭୁଙ୍କ ବେଶ ନିତି ସହ ଧୂପ ନୀତି ରହିଛି । ଭିତର କାଠ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଗଲେ ମହାପ୍ରଭୁଙ୍କ ନିତିରେ ବିଳମ୍ବ ହେବା ସହ ଭକ୍ତଙ୍କ ଦର୍ଶନ ନେଇ ସମସ୍ୟା ଉପୁଜିବ । ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ ବାହାର କାଠ ନିକଟରେ ପୋଲିସ ମୁତୟନ ହେବେ। କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରବଳ ଭକ୍ତଙ୍କ ସମାଗମ ଆଶଙ୍କା କରାଯାଇଛି । ଏଣୁ ବାରିକେଡକୁ ବଡ ଦାଣ୍ଡର ମାର୍କେଟ ଛକ ଯାଏ ବର୍ଦ୍ଧିତ କରାଯିବ ।” ର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ାଯିବ ନାହିଁ ବୋଲି SP ସୂଚନା ଦେଇଛନ୍ତି। ସେହିପରି ‘ଭୁବନେଶ୍ବର, କୋଣାର୍କ, ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏପରିକି ବେଳାଭୂମିରେ ମଧ୍ୟ ପୋଲିସ ସହ ଅଧିକ ଲାଇଫଗାର୍ଡ ମୁତୟନ ହେବେ ବୋଲି ସୂଚନା ରହିଛି । ପୁରୀକୁ ଆସିଥିବା ଭକ୍ତ, ପର୍ଯ୍ୟଟକଙ୍କ ଯାତାୟତ ସହ ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ ପ୍ରସ୍ତୁତ ରହିଛି ।

Spread the love