ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ : ପାଣ୍ଡିଆନ

ଭୁବନେଶ୍ୱର: ଓଡ଼ିଶାରେ ବିଜେଡିକୁ ସରକାର ଗଢ଼ିବାକୁ ହେଲେ ବିଜେପିର ଆବଶ୍ୟକତା ପଡ଼ିବ ନାହିଁ । କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ଅନରୂପ ଭାବେ ବିଜେଡିର ସହଯୋଗ ଆବଶ୍ୟକ ପଡ଼ିବ ନାହି । ତେଣୁ ନରେନ୍ଦ୍ର ମୋଦୀ ଭାରତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହେଉଥିବାବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକ କ୍ରମାଗତଃ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ଏହା ସତ୍ତ୍ୱେ ବି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦୁଇ ଦଳ ମିଳିତ ହୋଇ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏଭଳି ବଡ଼ ବୟାନ ହେଇଛନ୍ତି 5-t ଅଧ୍ୟକ୍ଷ  କାର୍ତ୍ତିକ ପାଣ୍ଡିଆନ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଜଣେ ନିର୍ବାଚନ ଜିତିବାକୁ ହେଲେ କୌଣସି ଦଳ ମେଣ୍ଟରେ ସାମିଲ ହେବାକୁ ପଡ଼ିଥାଏ । ମାତ୍ର ଉଭୟ ବିଜେପି ଓ ବିଜେପି ପାଇଁ ସରକାର ଗଢ଼ିବା ପାଇଁ କିଛି ସମସ୍ୟା ନାହିଁ ।ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଉଭୟ ମୋଦୀଜୀ ଓ ନବୀନଜୀ ବେଶ୍ ଲୋକପ୍ରିୟ । ଲଗାତାର ନିର୍ବାଚନ ଜିତୁଛନ୍ତି । ସରକାର ଗଢ଼ିବା ପାଇଁ ନବୀନ ଓଡ଼ିଶାରେ ମେଣ୍ଟର ଆବଶ୍ୟକତା ନାହିଁ । ଯାହା ହେବ ରାଜ୍ୟର ସ୍ୱାର୍ଥ ପାଇଁ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Spread the love