ବିକ୍କି-କ୍ୟାଟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ: ଫୁଲ ସଜେଇବାକୁ ୟୁପିରୁ ଆସିଛନ୍ତି କାରିଗର, ବ୍ରାଜିଲ-ଥାଇଲ୍ୟାଣ୍ଡରୁ ଆସିଛି ପରିବା

ମୁମ୍ବାଇ ୦୭/୧୨ : ବିକ୍କି କୌଶଲ-କ୍ୟାଟ୍ରିନା କୈଫଙ୍କ ବାହାଘର କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ବାହାଘର ୯ ତାରିଖରେ ହେବ। ଆଜି ମେହେନ୍ଦି କାର୍ଯ୍ୟକ୍ରମ ଅଛି। ହୋଟେଲ ଚାରିଆଡେ ଫୁଲରେ ସଜାଯାଇଛି। ଫୁଲ ସଜେଇବାକୁ କରିବାକୁ ଉତ୍ତର ପ୍ରଦେଶରୁ ଆସିଛନ୍ତି। ବାହାଘର ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୋଲିସ ଅଧିକ୍ଷକ ରାଜେଶ ସିଂହ କହିଛନ୍ତି ଯେ ୨୫ ପୋଲିସକର୍ମୀ ନିୟୋଜିତ ଅଛନ୍ତି। ୧୦ ତାରିଖ ସନ୍ଧ୍ୟା ୮ଟା ଯାଏଁ ପୋଲିସ ଡ୍ୟୁଟି କରିବ। ସୁରକ୍ଷା ବ୍ୟବସ୍ଥାରେ ୧୫୦ ଜଣ ବାଉନ୍ସର ଅଛନ୍ତି।

ବିକ୍କି-କ୍ୟାଟଙ୍କ ବିବାହ ପାଇଁ ପରିବା ବିଦେଶରୁ ମଗାଯାଇଛି। ପରିବା ଥାଇଲ୍ୟାଣ୍ଡ, ବ୍ରାଜିଲ ଓ ଫିଲିପାଇନ୍ସରୁ ଅଣାଯାଇଛି। ଏଥିରେ ସାମିଲ ଅଛି ସ୍ପେ ଗେପ୍ସ ଯାହାର ମୂଲ୍ୟ କିଲୋ ପ୍ରତି ୨୫୦୦ ଟଙ୍କା, ଏଭୋକାଡୋ କିଲୋ ପ୍ରତି ୧୫୦୦ ଟଙ୍କା, ସୋନୋଫିସ କିଲୋ ପ୍ରତି ୩ ହଜାର ଟଙ୍କା।

ରାଜସ୍ଥାନ ସବା ମଧୋପୁରରେ ଆୟୋଜନ ହୋଇଥିବା ବାହାଘରରେ ଅତିଥିଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଛି। ମୋବାଇଲ ବ୍ୟବହାର ନ କରିବାକୁ ଏବଂ ମୋବାଇଲରୁ କୌଣସି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର ନ କରିବାକୁ ଇଭେଣ୍ଟ କମ୍ପାନୀ ତରଫରୁ ନୋଟିସ ଜାରି କରାଯାଇଛି

ସୁନୀଲ ସେଟ୍ଟୀ, କରଣ ଜୋହର, ନେହା ଧୂପିଆ, ଅଙ୍ଗଦ ବେଦୀ, କବିର ଖାନ, ମିନି ମାଥୁର, ଗାୟକ ଗୁରଦାସ ମାନ, ସିମରନ କୌର, ବିକ୍କି କୌଶଲଙ୍କ ଭାଇ ସନି କୌଶଲ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବରବାଡା ଫୋର୍ଟରେ ପହଞ୍ଚି ସାରିଛନ୍ତି।

Spread the love