ବିବାହ ପୂର୍ବରୁ ଭିକ୍କି-କ୍ୟାଟ୍ରିନା ସାଇନ କଲେ ନୂଆ ଆସାଇନମେଣ୍ଟ: ଓଟିଟିରେ ଦେଖିହେବ ବାହାଘର

ମୁମ୍ବାଇ ୦୮/୧୨ : କ୍ୟାଟ୍ରିନା କୈଫ ଭିକ୍କି କୌଶଲଙ୍କ ବିବାହ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଆସନ୍ତାକାଲି ଦୁହିଁଙ୍କର ବାହାଘର। ରାଜସ୍ଥାନରେ ଷ୍ଟାରଙ୍କ ବାହାଘର କାର୍ଯ୍ୟକ୍ରମ ଚାଲିଛି। ବିବାହ ପୂର୍ବରୁ ଷ୍ଟାର କପଲଙ୍କ ଅପଡେଟ ଆସିଛି। ଦୁହେଁ ୨ଟି ବଡ ବ୍ରାଣ୍ଡ ସହ ଏଗ୍ରିମେଣ୍ଟ ସାଇନ କରିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଓ ଭିକ୍କି ନିଜ ବାହାଘର ଫଟୋ ଓଟିଟିକୁ ବିକ୍ରି କରିବେ। ଭିକ୍କି-କ୍ୟାଟ୍ରିନା ବାହାଘରର ଟେଲିକାଷ୍ଟ ଅଧିକାର ଆମାଜନ ପ୍ରାଇମ ଭିଡିଓକୁ ୮୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି।

ତାଛଡା ରିପୋର୍ଟ ଅନୁଯାୟୀ, ଭିକ୍କି-କ୍ୟାଟ୍ରିନା ୨୦୨୨ ରେ ବିଜ୍ଞାପନ ପାଇଁ ୨ଟି ବଡ ବ୍ରାଣ୍ଡ ସହ ଚୁକ୍ତି ସାଇନ କରିପାରନ୍ତି। ଗୋଟିଏ ଫିଟନେସ ଓ ଅନ୍ୟଟି ଲଗଜରୀ ବ୍ରାଣ୍ଡ। ରିପୋର୍ଟ ଅନୁସାରେ ଭିକ୍କି-କ୍ୟାଟ୍ରିନା ପ୍ରତ୍ୟେକ ବିଜ୍ଞାପନ ପାଇଁ ୩ ରୁ ୫ କୋଟି ଟଙ୍କା ଚାର୍ଜ କରିପାରନ୍ତି।

Spread the love