ବିକ୍କିଙ୍କ ହାତ ଧରି ମୁମ୍ବାଇ ଫେରିଲେ କ୍ୟାଟ୍ରିନା

ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋସିଆଲ ମିଡ଼ିଆରେ ଦୁହେଁ ବାହାଘର ଫଟୋ ମଧ୍ୟ ସେୟାର କରିଛନ୍ତି। ଲୋକେ ତାଙ୍କ ବିବାହ ଫଟୋ ବହୁତ ପସନ୍ଦ କରିଛନ୍ତି। ବାହାଘର ପରେ ଦୁହେଁ ପ୍ରଥମଥର ପବ୍ଲିକ ପ୍ଲେସରେ ସ୍ୱାମୀ-ସ୍ତ୍ରୀ ଭାବେ ନଜର ଆସିଛନ୍ତି। କ୍ୟାଟ୍ରିନା ଓ ବିକ୍କି ପରସ୍ପରର ହାତ ଧରିଥିବା ନଜର ଆସିଛନ୍ତି।

ବାହାଘର ପରେ ବିକ୍କି-କ୍ୟାଟ୍ରିନାଙ୍କ ପରିବାର ସଦସ୍ୟ ରାଜସ୍ଥାନରୁ ଫେରି ସାରିଛନ୍ତି। କିନ୍ତୁ ନବବିବାହିତ ଦମ୍ପତି ସେଠାରୁ ସିଧା ହନିମୁନ ପାଇଁ ବାହାରି ଯାଇଥିଲେ।

ବିକ୍କି ଓ କ୍ୟାଟ୍ରିନା ହନିମୁନ ପାଇଁ ମାଳଦ୍ଵୀପ ଯାଇଥିଲେ ବୋଲି ଜଣାପଡିଛି। ବାହାଘର ପରେ ପ୍ରଥମଥର ଦୁହେଁ ଏକାସାଙ୍ଗେ ନଜର ଆସିଛନ୍ତି। କ୍ୟାଟ୍ରିନା ଏକ ହାଲୁକା ଗୋଲାପୀ ରଙ୍ଗର ଚୁଡିଦାର ପିନ୍ଧିଛନ୍ତି। ବିକ୍କି କ୍ରିମ କଲର ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛନ୍ତି।

କ୍ୟାଟ୍ରିନାଙ୍କ ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୂତ୍ର, ହାତରେ ନାଲି ଚୁଡ଼ି ଦେଖିବାକୁ ମିଳିଛି। ଏସବୁ ପିନ୍ଧି କ୍ୟାଟ୍ରିନା ଠିକ ଭାରତୀୟ ନବବିବାହିତ ବୋହୁ ଭଳି ଦେଖାଯାଉଛନ୍ତି।

ଖବର ଅନୁଯାୟୀ, ଦୁହେଁ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ଏହି ଗ୍ରାଣ୍ଡ ରିସେପ୍ସନରେ ପୁରା ବଲିଉଡ ସାମିଲ ହେବ।

Spread the love