କାଶ୍ମୀର ପ୍ରସଙ୍ଗ ଉଠାଇବା ପାକିସ୍ତାନ ଏବଂ ଓଆଇସିକୁ ପଡିଲା ଭାରି, UNHRCରେ ଭାରତର ଜବାବ- ଆମକୁ ଜ୍ଞାନ ଦିଅନ୍ତୁ ନାହିଁ

ନୂଆଦିଲ୍ଲୀ ୧୫।୦୯:  ମିଳିତ ଜାତିସଂଘ ମାନବାଧିକାର ପରିଷଦ(ୟଏନଏଚଆରସି)ରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନ ଓ ଇସଲାମିକ ସଂଗଠନ(ଓଆଇସି)କୁ ପଡିଲା ଭାରି। ଉଭୟକୁ ନିଜର କର୍ତ୍ତବ୍ୟ ସ୍ମରଣ କରାଇବା ସହ ଖୁବ୍ ବର୍ଷିଛି ଭାରତ। ମାନବାଧିକାର ପରିଷଦର ୪୮ତମ ବୈଠକରେ ଭାରତ କହିଛି, ପାକିସ୍ତାନକୁ ବିଶ୍ଵସ୍ତରରେ ଏମିତି ଏକ ଦେଶର ମାନ୍ୟତା ମିଳିଛି ଯିଏ ୟୁଏନ ଦ୍ଵାରା ପ୍ରତିବନ୍ଧିତ ଆତଙ୍କବାଦୀଙ୍କୁ ଖୋଲା ସମର୍ଥନ କରିଥାଏ। ଏଥିସହ ସେମାନଙ୍କର ପ୍ରଶିକ୍ଷଣ, ଖର୍ଚ୍ଚ ଓ ସବୁର ଦାୟିତ୍ଵ ନେବା ପାକିସ୍ତାନର ଜାତୀୟ ନୀତି ପାଲଟି ଯାଇଛି।

କାଶ୍ମୀର ଉପରେ ପାକିସ୍ତାନ ଓ ଓଆଇସି ପକ୍ଷରୁ ଦିଆଯାଇଥିବା ଟିପ୍ପଣୀର ଜବାବ ଦେଇ ବପନ ବାଧେ କହିଛନ୍ତି, ତାକୁ ପାକିସ୍ତାନ ପରି ବିଫଳ ଦେଶଠୁ ଶିକ୍ଷା ନେବାର ଆବଶ୍ୟକତା ନାହିଁ, ଯିଏ ଆତଙ୍କବାଦର କେନ୍ଦ୍ର ଏବଂ ମାନବାଧିକାର ସବୁଠୁ ଖରାପ ଦୁରୁପଯୋଗ କରିଥାଏ। ଭାରତ ବିରୋଧରେ ମିଥ୍ୟା ଏବଂ ଦୁର୍ଭାବନା ପ୍ରଚାର କରିବା ପାଇଁ ଏମିତି ମଞ୍ଚର ଦୁରୁପଯୋଗ କରିବା ପାକିସ୍ତାନର ଅଭ୍ୟାସରେ ପରିଣତ ହୋଇ ଯାଇଛି।

ବାଧେ କହିଛନ୍ତି, ପାକିସ୍ତାନ ନିଜର ଗମ୍ଭୀର ମାନବାଧିକାର ଉଲ୍ଲଂଘନ ଉପରୁ ଧ୍ୟାନ ହଟାଇବା ପାଇଁ କରୁଥିବା ହୀନ ପ୍ରୟାସ ଉପରେ ୟୁଏନଏଚଆରସି ଅବଗତ  ଅଛି। ପାକିସ୍ତାନରେ କଣ ଘଟୁଛି ଏହା ସମସ୍ତଙ୍କୁ ବେଶ୍ ଭଲ ଭାବେ ଜଣା। ପାକିସ୍ତାନ କ୍ରମାଗତ ୟୁଏନଏଚଆରସିକୁ ମିଥ୍ୟା ଏବଂ ଦୁର୍ଭାବନା ପ୍ରଚାର କରିବାର ଏକ ମଞ୍ଚ ଭାବି ନେଇଛି। ପାକିସ୍ତାନ ନିଜ ଦେଶରେ ଶିଖ, ହିନ୍ଦୁ, ଖ୍ରୀଷ୍ଟିୟାନ  ଓ ଅହମଦିୟାଙ୍କ ସହିତ ନିଜର ସଂଖ୍ୟାଲଘୁଙ୍କ ଅଧିକାର ବଞ୍ଚାଇବାରେ ବିଫଳ ହୋଇଛି।

ପାକିସ୍ତାନରେ ସଂଖ୍ୟାଲଘୁ ସମୁଦାୟର ହଜାର ସଂଖ୍ୟକ ମହିଳା ଓ ଯୁବତୀ ଅପହରଣ, ବଳପୂର୍ବକ ବିବାହ ଏବଂ ଧର୍ମାନ୍ତରଣର ଶିକାର ହୋଇଛନ୍ତି। ପାକିସ୍ତାନ ପରି ବିଫଳ ଦେଶଠୁ ବିଶ୍ଵର ସବୁଠୁ ବଡ ଗଣତନ୍ତ୍ର ଦେଶ ଭାରତକୁ କୌଣସି ଶିକ୍ଷା ନେବାର ଆବଶ୍ୟକତା ନାହିଁ। ଭାରତ କହିଛି ଇସଲାମିକ ସହଯୋଗ ସଂଗଠନ(ଏସସିଓ) ଏତେ ଅସହାୟ ହୋଇ ଯାଇଛି ଯେ, ସେ ପାକିସ୍ତାନର ବନ୍ଧକ ହେବାକୁ ପ୍ରସ୍ତୁତ।

Spread the love