୩୨ ବର୍ଷ ପରେ କାଶ୍ମୀର ଘାଟୀରେ ଖୋଲିଲା ସିନେମା ହଲ୍‌

ନୂଆଦିଲ୍ଲୀ ୧୯।୦୯: ଧାରା ୩୭୦ ଏବଂ ୩୫-ଏ ଅପସାରଣ ପରେ ୩୨ବର୍ଷ ପରେ ଏବେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଏବଂ ପୁଲୱାମାରେ ସିନେମା ହଲ୍ ଖୋଲିବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ରବିବାର ଏହି ଉଭୟ ମଲ୍ଟିପ୍ଲେକ୍ସର ଲୋକାର୍ପଣ କରିଛନ୍ତି। ତେବେ ‘ଶ୍ରଦ୍ଧା’ କାରଣରୁ ଆସନ୍ତା ସପ୍ତାହରୁ ଏହି ସିନେମା ଗୁଡ଼ିକର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ଚାଲିଛି। ଅର୍ଥାତ୍ ଆସନ୍ତା ସପ୍ତାହରେ ଶୋପିଆନ୍ ଏବଂ ପୁଲୱାମା ଲୋକମାନେ ବଡ଼ ପରଦାରେ ସିନେମା ଦେଖିବାର ମଜା ଉଠାଇବେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୩୨ବର୍ଷ ପରେ ଖୋଲିବାକୁ ଥିବା ପ୍ରେକ୍ଷାଳୟରେ ଅମୀର ଖାନଙ୍କ ଫିଲ୍ମର ସ୍କ୍ରିନିଂ କରାଯିବ।

ଉନ୍ମୋଚନ ପରେ ସମସ୍ତ ବୟସ ବର୍ଗର ଲୋକମାନେ ପୁଲୱାମା ଏବଂ ଏମସି ଶୋପିଆନ୍ ର ନୂଆ ସିନେମା ହଲ୍ ପରିଦର୍ଶନ କରିଥିଲେ। ଏହି ସମୟରେ, ଭାଗ ମିକ୍କା ଭାଗ, ଆରଆରଆର, ସ୍ଵଦେଶ ଔର ବୋଷ: ଦ ଫରଗଟନ ହିରୋ ଟ୍ରେଲର ସମସ୍ତଙ୍କୁ ଦେଖାଯାଇଥିଲା । ଏହା ସହିତ ଛାତ୍ରମାନଙ୍କ ପାଇଁ ଏସ୍ ଏସ୍‌ ରାଜାମୌଲିଙ୍କ ଫିଲ୍ମ RRR ର ଏକ ସ୍କ୍ରିନିଂ ମଧ୍ୟ ହୋଇଥିଲା । ତିନି ଦଶନ୍ଧି ପରେ କାଶ୍ମୀରରେ ସ୍କ୍ରିନିଂ ପାଇଥିବା ପ୍ରଥମ ଚଳଚ୍ଚିତ୍ର ହେଉଛି RRR । ଏଥି ସହିତ ଶ୍ରୀନଗରରେ ମଲ୍ଟିପ୍ଲେକ୍ସ ମଙ୍ଗଳବାର ଠାରୁ ଅମୀର ଖାନଙ୍କ ଲାଲ ସିଂ ଚଢାର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଆରମ୍ଭ ହେବ।

କହିବାକୁ ଗଲେ ୩୨ବର୍ଷ ପୂର୍ବେ ଆର୍ଥାତ୍‌ ଆଜିକା ଦିନରେ ଆତଙ୍କବାଦୀ ଧମକ ଏବଂ ଆକ୍ରମଣ ହେତୁ ୧୯ଟି ସିନେମା ହଲ୍ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯାଇଥିଲା। ବଡ଼ ପରଦାରେ ଚଳଚ୍ଚିତ୍ର ଦେଖିବା ପାଇଁ କାଶ୍ମୀରର ଲୋକଙ୍କୁ ଜାମ୍ମୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଅର୍ଥାତ୍‌ ୩୦୦ କିଲୋମିଟର ଯାତ୍ରା କରିବାକୁ ପଡୁଥୁଲା । ତେବେ ବର୍ତ୍ତମାନ କାଶ୍ମୀର ଉପତ୍ୟକାର ପ୍ରଥମ ମଲ୍ଟିପ୍ଲେକ୍ସ ଇନକ୍ସ  ଶ୍ରୀ ନଗରରେ ପ୍ରସ୍ତୁତ ହୋଇଛି ।  ଏହାର ୫୨୦ ସିଟ୍ କ୍ଷମତା ଅଟେ । ଏଥିରେ ତିନୋଟି ଅଡିଟୋରିୟମ୍ ରହିବ । ସୂତ୍ରରୁ ପ୍ରକାଶ ଯେ ସେପ୍ଟେମ୍ବର ୨୦ରେ ଲେଫ୍ଟ ଗଭର୍ଣ୍ଣର ଏହାକୁ ଉଦଘାଟନ କରିପାରନ୍ତି। ଏହାର ଉନ୍ମୋଚନ ସହିତ ଦର୍ଶକମାନେ ବଡ଼ ପରଦାରେ ସିନେମା ଦେଖିବାର ମଜା ଉଠାଇବେ ।

Spread the love