ଆମେରିକାରେ ମୋଦିଙ୍କୁ ଭେଟିଲେ କାଶ୍ମୀରର ପଣ୍ଡିତ ମଣ୍ଡଳୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ହ୍ୟୁଷ୍ଟନରେ କାଶ୍ମୀରର ପଣ୍ଡିତମାନଙ୍କ ସହ ସାକ୍ଷାତ କରିଛନ୍ତି ।  ମୋଦିଙ୍କୁ ସାକ୍ଷାତ କରି ପଣ୍ଡିତମାନେ ଭାବବିହ୍ୱଳ ହୋଇଯାଇଥିଲେ । ଜାମ୍ମୁ-କାଶ୍ମୀର ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ ପଣ୍ଡିତମାନେ । କାଶ୍ମୀର ପଣ୍ଡିତଙ୍କ ସହ ସାକ୍ଷାତ ସମୟରେ ପଣ୍ଡିତମଣ୍ଡଳୀର ଏକ ସଦସ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତକୁ ଚୁମ୍ବନ କରି ଧନ୍ୟବାଦ ଜଣାଇଥିଲେ । ମୋଦି ମଧ୍ୟ କହିଲେ ସେହି ସମୟରେ ଆପଣମାନେ ଯେଉଁ କଷ୍ଟ ସହିଲେ ତାହା ମଧ୍ୟ କିଛି କମ୍‌ ନୁହେଁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସମୟରେ ପଣ୍ଡିତମାନେ ‘ନମସ୍ତେ ଶାରଦେ ଦେବୀ’ ଶ୍ଲୋକ ପାଠ କରିଥିଲେ । ଏହା ଶୁଣି ପିଏମ୍‌ ମୋଦି ବେଶ ଉତ୍ସାହିତ ହୋଇ ନମୋ ନମଃ କହିଥିଲେ ।  କାଶ୍ମୀରୀ ପଣ୍ଡିତ ସମୁଦାୟର ପ୍ରତିନିଧିତ୍ଵ କରୁଥିବା ସୁରୀନ୍ଦର କୌଲ୍ ମୋଦିଙ୍କୁ ସାକ୍ଷାତ କରି କହିଲେ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ବେଶ ପ୍ରଶଂସନୀୟ । କାଶ୍ମୀରର ବିକାଶ ପାଇଁ ମୋଦିଙ୍କ ପ୍ରତିଟି ନିଷ୍ପତିରେ ସାଥ ଦେବେ ବୋଲି ମଧ୍ୟ କହିଛନ୍ତି ।

Spread the love