୨୦ରେ ହେବ ଭିକି-କ୍ୟାଟ୍ରିନାଙ୍କ ୱେଡିଂ ରିସେପ୍ସନ୍

ନୂଆଦିଲ୍ଲୀ ୧୬/୧୨: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ହନିମୁନ୍‌ରୁ ମୁମ୍ବାଇ ଫେରିଛନ୍ତି। ଦୁହେଁ ଡିସେମ୍ବର ୯ ରେ ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିଥିଲେ। ସେତେବେଳେ ଆଲୋଚନା ହୋଇଥିଲା ଯେ ସେ ଡିସେମ୍ବର ୧୦ ରେ ମୁମ୍ବାଇରେ ବନ୍ଧୁ ଏବଂ ଫିଲ୍ମ ଷ୍ଟାରଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟି କରିବେ। କିନ୍ତୁ ସେତେବେଳେ ବିକି ଏବଂ କ୍ୟାଟ୍ରିନା ମୁମ୍ବାଇ ପରିବର୍ତ୍ତେ ଅନ୍ୟ କିଛି ସ୍ଥାନକୁ ଯାଇଥିଲେ।

ବର୍ତ୍ତମାନ ଖବର ଅନୁଯାୟୀ, ବିକି-କ୍ୟାଟ୍ରିନା ଡିସେମ୍ବର ୨୦ ରେ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ୍ କରିବେ। କ୍ୟାଟ୍ରିନା ଏବଂ ତାଙ୍କ ପରିବାର ଖ୍ରୀଷ୍ଟମାସକୁ ଧୁମଧାମର ସହିତ ପାଳନ କରନ୍ତି। ତେଣୁ ଭିକି ଏବଂ କ୍ୟାଟ୍ରିନା ଏଥର ଖ୍ରୀଷ୍ଟମାସ ସାଥି ହୋଇ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଏହି କପଲ୍ ଖ୍ରୀଷ୍ଟମାସ ପୂର୍ବରୁ ଗ୍ରାଣ୍ଡ୍ ୱେଡିଂ ରିସେପ୍ସନ୍ କରିବେ।

କରୋନା ନୂତନ ଭାରିଆଣ୍ଟ ଓମିକ୍ରନର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଦମ୍ପତ୍ତି ନିଷ୍ପତ୍ତି ନେଇଛନ୍ତି ଯେ ରିସେପ୍ସନ ପାର୍ଟିରେ ବିଶେଷ ଯତ୍ନ ନିଆଯିବ ଯେପରି କୋଭିଡ ନିୟମ ଉଲ୍ଲଙ୍ଘନ ନହେବ। ଆହୁରି ମଧ୍ୟ, BMC ର ସମସ୍ତ ନିୟମ ଗ୍ରହଣ କରାଯିବ। ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବ।

ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକି କୌଶଲ ୱେଡିଂ ରିସେପ୍ସନରେ ସଲମାନ ଖାନଙ୍କ ଠାରୁ ନେଇ ରଣବୀର କପୁର, ଅମିତାଭ ବଚ୍ଚନ ଏବଂ ଶାହାରୁଖ ଖାନଙ୍କୁ ନିମନ୍ତ୍ରଣ କରିପାରନ୍ତି। ଏହି ସମସ୍ତ ଷ୍ଟାରଙ୍କୁ ନିମନ୍ତ୍ରଣ ପଠାଯାଇଛି।

Spread the love