କାଜାକସ୍ତାନରେ ମିଲେଟ୍ରି ବିମାନ ଦୁର୍ଘଟଣା, ୪ମୃତ, ୨ ଆହତ

ଦକ୍ଷିଣ କାଜାକସ୍ତାନ ଆଲମାଟି ସିଟି ବିମାନ ବନ୍ଦରରେ ଶନିବାର ଏକ ମିଲେଟ୍ରି ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ସାମରିକ ଏଏନ୍‌-୨୬ ପରିବହନ ବିମାନ ବୋଲି କୁହାଯାଇଛି। କଜାକସ୍ତାନ ଜରୁରିକାଳୀନ ମନ୍ତ୍ରାଳୟ ସୂଚନା ଅନୁସାରେ  ଆହତ ଦୁଇଜଣଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଲେଟ୍ରି ବିମାନଟି ଆଲମାଟି ସିଟି ଆକଶରେ ଉଡୁଥିବା ବେଳେ ଅଚାନକ ରାଡାରରୁ ହଜି ଯାଇଥିଲା। ଏଥିରେ ବିମାନଟି ଜରୁରି ଅବତରଣ ଉଦ୍ୟମ କରିବା ବେଳେ ଦୁର୍ଘଟଣା ଘଟିଛି। ବିମାନଟି ଅବତରଣ କରିବା ବେଳେ ରନୱେରେ ପିଟି ହୋଇ ଜଳିଯାଇଥିଲା ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ବିମାନରେ ମୋଟ ୬ ଜଣ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତିଯାଇଥିଲେ ହେଁ ଗୁରୁତର ଆହତ ହୋଇଛନ୍ତି।

Spread the love