୨ ଦିନିଆ ରିମାଣ୍ଡରେ KBN ଗ୍ୟାଙ୍ଗର ୪ ଅଭିଯୁକ୍ତ

ରାଜଧାନୀରେ କେବିଏନ ଗ୍ୟାଙ୍ଗର ଭିଡିଓ ଭାଇରାଲ ମାମଲା । ଗିରଫ ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ନୟାପଲ୍ଲୀ ଥାନା ପୋଲିସ । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ୨ ଦିନ ପାଇଁ ଅନୁମତି ଦେଇଛନ୍ତି ଏସଡିଜିଏମ କୋର୍ଟ । ୪ ଅଭିଯୁକ୍ତ ହେଲେ ରାହୁଲ ଜେନା, ରାଜେଶ ବେହେରା, ଶୁଭମ ପରିଡା ଓ ସନାତନ ବେହେରା । କେବେଠୁ ଗ୍ୟାଙ୍ଗ ତିଆରି ହୋଇଛି । ଏହା ପଛର ଉଦ୍ଦେଶ୍ୟ କଣ । କେଉଁ କେଉଁ ସ୍ଥାନରେ ଭିଡିଓ କରଛନ୍ତି ।

ମୁଖ୍ୟ ଅଭିଯୁକ୍ତ ବୁବୁ ଜେନା ସହ ଅନ୍ୟମାନେ କେଉଁଠି ଅଛନ୍ତି । ଏମିତି ଅନେକ ପ୍ରଶ୍ନ କରି ଗ୍ୟାଙ୍ଗର ଗୁମର ଖୋଲିବ ପୋଲିସ । ମାରଣାସ୍ତ୍ର ଧରି ଭିଡିଓ କରିବା ଏବଂ ତାକୁ ଭାଇରାଲ କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପରେ କମିଶନରେଟ ପୋଲିସ୍ କେବିଏନ୍ ଗ୍ୟାଙ୍ଗ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ ୨୯ ଜଣକ ନାଁରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ୍ । ମାମଲାରେ ମୋଟ୍‌ ୯ଜଣ ଗିରଫ ହୋଇଛନ୍ତି ।

Spread the love