କେନ୍ଦ୍ରାପଡ଼ା : ୧୧ଟି ଓ୍ୱାର୍ଡରେ ବିଜେଡି ବିଜୟୀ, ୫ଟିରେ କଂଗ୍ରେସ

କେନ୍ଦ୍ରାପଡ଼ା ୨୬।୦୩ : କେନ୍ଦ୍ରାପଡ଼ା ପୌର ଅଞ୍ଚଳରେ ଉଡିଲା ବିଜେଡି ବାନା । ମୋଟ ୨୧ଟି ଆସନ ମଧ୍ୟରୁ ବିଜେଡି ୧୧ଟି ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରା୍ଥୀ ୫ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ସ୍ୱାଧୀନ ୪ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଜେଟି ଗୋଟିଏ ଆସନରେ ବିଜୟୀ  ହୋଇଛନ୍ତି ।

ତେବେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ  ୱାର୍ଡ ୧ରେ  ବିଜେଡି ର ପୁଷ୍ପାଲତା ବେହେରା ,  ୱାର୍ଡ ୨ରେ  ସ୍ୱାଧୀନ ପ୍ରାର୍ଥୀ କାଳି ପ୍ରସାଦ ମିଶ୍ର , ୱାର୍ଡ ୩ରେ  କଂଗ୍ରେସ  ପ୍ରାର୍ଥୀ  ତୁଳସୀ ହେମ୍ରମ ,  ୱାର୍ଡ ୪ରେ -ସ୍ୱାଧୀନ ପ୍ରାର୍ଥୀ  ଶୁଭଶ୍ରୀ ନିବେଦିତା ସ୍ୱାଇଁ ,  ୱାର୍ଡ ୫ରେ ବିଜେଡି ପ୍ରାର୍ଥୀ ନିରାକାର ସ୍ୱାଇଁ , ୱାର୍ଡ ୬ରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଜେନା , ୱାର୍ଡ ୭ରେ  କଂଗ୍ରେସ ପ୍ରାର୍ଥୀ  ଜୟନ୍ତୀ ପାଣି,  ୱାର୍ଡ ୮ରେ ବିଜେଡି ସ୍ମୃତିପ୍ରଜ୍ଞା ଶତପଥୀ ,   ୱାର୍ଡ ୯ରେ  ବିଜେଡି ପ୍ରାର୍ଥୀ ଅଭୟ ବେହେରା ,  ୱାର୍ଡ ୧୦ରେ  ସ୍ୱାଧୀନ ପ୍ରାର୍ଥୀ ରଶ୍ମିତା ସିଂ , ୱାର୍ଡ ୧୧ରେ ବିଜେଡି ପ୍ରାର୍ଥୀ ପୁଷ୍ପାଞ୍ଜଳି ବସ୍ତିଆ ,  ୱାର୍ଡ ୧୨ରେ  କଂଗ୍ରେସ ପ୍ରାର୍ଥୀ ରିହାନା ଖାତୁନ୍, ୱାର୍ଡ ୧୩ରେ ସ୍ୱାଧୀନ ପ୍ରାର୍ଥୀ  ଏସ କେ ଆସଲମ, ୱାର୍ଡ ୧୪ରେ ବିଜେଡି ପ୍ରାର୍ଥୀ ଆକବରୀ ଖାତୁନ , ୱାର୍ଡ ୧୫ରେ ବିଜେଡି ପ୍ରାର୍ଥୀ ହବିବା ବେଗମ , ୱାର୍ଡ ୧୬ରେ  କଂଗ୍ରେସ ଫରଜାନା ଖାତୁନ,  ୱାର୍ଡ ୧୭ରେ ବିଜେଡି ପ୍ରାର୍ଥୀ ଉମେଶ ଚନ୍ଦ୍ର ନାୟକ , ୱାର୍ଡ ୧୮ରେ ବିଜେଡି ପ୍ରାର୍ଥୀ ଚୌଧୁରୀ ସୁକୁମାର ଦାସ, ୱାର୍ଡ ୧୯ରେ  କଂଗ୍ରେସ ପ୍ରାର୍ଥୀ ରମେଶ ଦାସ, ୱାର୍ଡ ୨୦ରେ ବିଜେପି ଅସୀମା ନାୟକ, ୱାର୍ଡ ୨୧ରେ  ବିଜେଡି ପ୍ରାର୍ଥୀ ପ୍ରଭାଶିଷ ପଣ୍ଡା ରହିଛନ୍ତି ।

Spread the love